ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ଭୁବନେଶ୍ୱରରୁ ଆବୁଧାବିକୁ ସିଧା ବିମାନ ସେବା। ଭୁବନେଶ୍ୱର ଏୟାରପୋର୍ଟରୁ ୟୁଏଇକୁ ଉଡାଣ ଭରିଲା ବିମାନ। ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଆବୁଧାବିକୁ ସିଧା ଉଡ଼ାଣ। ଏହି ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏଣିକି ଆବୁଧାବିରୁ ଭୁବନେଶ୍ୱର ଯାତ୍ରା ଆହୁରି ସହଜ ହେବ। ଭୁବନେଶ୍ୱରରୁ ବିମାନ ବସି ସିଧାସଳଖ ଆବୁଧାବିରେ ପହଞ୍ଚିପାରିବେ ଯାତ୍ରୀ। ଏନେଇ ରାଜ୍ୟ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଯୋଗାଯୋଗ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇବ।

ସକାଳ 9:35 ରେ ଏହାକୁ ଫ୍ଲାଫଅଫ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଅପରାହ୍ନ 12.35 ରେ ଆବୁ ଧାବି ପହଂଚିବ । ଆବୁ ଧାବିରୁ ରାତି 2.35 ରେ ବାହାରି ସକାଳ 8.35 ରେ ବିମାନ ଭୁବନେଶ୍ୱରରେ ପହଂଚିବ । ଏଥିସହ ବିଶାଖାପାଟଣାକୁ ଯିବ ଡାଇରେକ୍ଟ ଫ୍ଲାଇଟ। ଆବୁ ଧାବିକୁ ଇଣ୍ଡିଗୋ 6E 1441 ବିମାନ ସେବା ଅଛି ।

ସେପଟେ ଅପରାହ୍ନ 12.35 ରେ ବିମାନ ଭୁବନେଶ୍ୱର ଛାଡ଼ି 1.55 ରେ ବିଶାଖାପାଟଣା ପହଂଚିବ। ସେହିପରି ଅପରାହ୍ନ 2.25 ରେ ବିମାନ ବିଶାଖାପାଟଣା ଛାଡ଼ି 3.45 ରେ ଭୁବନେଶ୍ୱର ପହଂଚିବ । ବିଶାଖାପାଟଣା ପାଇଁ ଇଣ୍ଡିଗୋ 6E 6214 ବିମାନ ସେବା ଅଛି. ଆବୁ ଧାବି ସହ ଭୁବନେଶ୍ୱରରୁ ବିଦେଶକୁ ଏହା ପଞ୍ଚମ ବିମାନ ସେବା ।

ଆଜିଠାରୁ କାର୍ଗୋ ସେବା ମଧ୍ୟ ଆରମ୍ଭ ହୋଇଛି । କେନ୍ଦୁଝର, ଢେଙ୍କାନାଳ, ନୂଆପଡା, ରାୟଗଡା ଭଳି ଜିଲ୍ଲାରୁ 50 ଟନ ଆମ୍ବ ପଠାଯାଇଛି । ଆଜି ବିଶାଖାପାଟଣାକୁ ପୁନର୍ବାର ବିମାନ ସେବା ଆରମ୍ଭ ହୋଇଛି । ଏଥିରେ ଓଡ଼ିଶାର ଭିତ୍ତିଭୂମି ସୁଦୃଢ ହେବା ସହ ଶିଳ୍ପାୟନ, ଜିଡିପି ବୃଦ୍ଧି ଆଦି ଲକ୍ଷ୍ୟ ରଖାଯାଇଛି ।

ଜାତୀୟ ରାଜପଥ ରାସ୍ତା ସମେତ ରେଳପଥ ଓ ବିମାନସେବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଆଜିଠାରୁ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇଛି । କଲିକତାରୁ କିଛି ପାସେଞ୍ଜର ଭୁବନେଶ୍ୱର ଆସିଛନ୍ତି ଏଠାରୁ ଆବୁ ଧାବି ଯିବେ ।

ଆଗକୁ ବିଶାଖାପାଟଣା ଓ ଅନ୍ୟାନ୍ୟ ରାଜ୍ୟରୁ ଏଠାକୁ ଯାତ୍ରୀ ଆସି ଆବୁ ଧାବି ଯାଇପାରିବେ । ଯାହାଦ୍ୱାରା ବିମାନସେବା କ୍ଷେତ୍ରରେ ଏକ ହବ୍ ହେବ ଭୁବନେଶ୍ୱର ବିମାନ ବନ୍ଦର । କାର୍ଗୋ ସେବା ଜରିଆରେ ଓଡ଼ିଶାର ସାମଗ୍ରୀ ବାହାରକୁ କେମିତି ଯିବ ଓ ବ୍ୟବସାୟ ବୃଦ୍ଧି ହେବ ସେ ଦିଗରେ ଚିନ୍ତା କରାଯାଉଛି ।

ଆମ ସରକାରରେ ଭୁବନେଶ୍ୱରରୁ ଡେରାଡୁନ, କୋଚି, ଗାଜିଆବାଦ, ଲକ୍ଷ୍ନୋ ଆଦି ଜାଗାକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି । ଝାରସୁଗୁଡାରୁ ମୁମ୍ବାଇ, ଲକ୍ଷ୍ନୋ ଓ ରାୟପୁର ଭଳି ଜାଗାକୁ ଉଡାଣ ଭରିଛି ବିମାନ ।