ମୁମ୍ବାଇ: ଆଜି ଭାରତୀୟ ଶେୟାର ବଜାର ଖୋଲିବା ସମୟରେ ସେଥିରେ ହ୍ରାସ ପରିଲିଖିତ ହୋଇଥିଲା । ଏହାର ମୁଖ୍ୟ କାରଣ ହେଉଛି କିଛି ବଡ଼ ବଡ଼ ଶେୟାରରେ ହ୍ରାସ ଘଟିବା । ପ୍ରାରମ୍ଭକ କାରବାର ସମୟରେ ଏଥିରେ ଉତ୍ଥାନ ପତନ ଦେଖିବାକୁ ମିଳିଥିଲା । BSE ସେନସେକ୍ସ ୧୩୧.୧୮ ପଏଣ୍ଟ(୦.୧୬%) ହ୍ରାସ ସହ ୮୦, ୨୩୭.୮୫ ସ୍ତରରେ ଖୋଲିଥିଲା । ସେହିପରି NSE ନିଫ୍ଟି ୮୪.୫୫ ପଏଣ୍ଟ(୦.୩୫%) ହ୍ରାସ ସହ ୨୪, ୩୮୩ ସ୍ତରରେ ଖୋଲିଥିଲା ।
ଆଜି ଶେୟାର ମାର୍କେଟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଶେୟାର ୨୬୦୦ ଟଙ୍କା ପାଖାପାଖି ଟ୍ରେଡ୍ କରୁଥିଲା । ୫୨ ସପ୍ତାହରେ ଏହାର ଉଚ୍ଚ ସ୍ତର ୩୨୦୦ ଟଙ୍କା ଥିଲା । କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ସନ୍ ଫାର୍ମା, ICICI ବ୍ୟାଙ୍କ, ବଜାଜ୍ ଫିନସର୍ଭ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚସିଏଲ୍ ଟେକ୍ନୋଲୋଜିସ ଏବଂ ଭାରତୀ ଏୟାରଟେଲ ଶେୟାରରେ ହ୍ରାସ ଦେଖିବାକୁ ମିଳିଥିଲା । ସେହିଭଳି ମାରୁତି, ଟାଟା ମୋଟର୍ସ, IndusInd ବ୍ୟାଙ୍କ ଏବଂ L&T ଶେୟାରେ ଲାଭ ପରିଲିଖିତ ହୋଇଥିଲେ ।