fbpx

ଦିଶା ପରମାର ଓ ରାହୁଲ ବୈଦ୍ୟଙ୍କ ଘରକୁ ଆସିଲା ପରୀ : ସୋସିଆଲ ମିଡିଆରେ ବାଣ୍ଟିଲେ ଖୁସି

Advertisement

ନୂଆଦିଲ୍ଲୀ : ଟେଲିଭିଜନ ଦୁନିଆର ଦିଶା ପରମାର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ଦିଶା ଗତ ଦୁଇ ବର୍ଷ ପୂର୍ବେ ରାହୁଲ ବୈଦ୍ୟଙ୍କ ସହ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଘରେ ଏବେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ବିବାହର ଦୁଇ ବର୍ଷ ପରେ ଦିଶା ଏବେ ମା ହୋଇଛନ୍ତି । ଏହି ଖୁସି ଖବରଟି ରାହୁଲ ନିଜେ ସୋସି।।ଲ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କ ସହିତ ଖୁସି ବାଣ୍ଟିଛନ୍ତି ।

ଅଭିନେତ୍ରୀ ଦିଶା ଗତକାଲି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ଦୁହେଁ ବହୁତ ଖୁସିରେ ପ୍ରଶଂସକଙ୍କ ସହିତ ଖୁସି ବାଣ୍ଟି କହିଥିଲେ ଯେ, ତାଙ୍କ ଘରକୁ ଏକ ନହ୍ନୀ ପରି ଆସିଛି । ଏହାକୁ ଦେଖି ପ୍ରଶଂସକମାନେ ଏହି ଦମ୍ପତିକୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘ Its a baby girl. ଘରକୁ ଲକ୍ଷ୍ମୀ ଆସିଛନ୍ତି, ଆମକୁ ଏକ ଝିଅର ଆଶୀର୍ବାଦ ମିଳିଛି । ମାଆ ଏବଂ ଛୁଆ ଦୁହେଁ ପୁରା ଠିକ ଅଛନ୍ତି । ଏହାପରେ ସେ ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।’

 

 

View this post on Instagram

 

A post shared by RAHUL VAIDYA (@rahulvaidyarkv)

 

Get real time updates directly on you device, subscribe now.