fbpx
BSKY SKY
BSKY SKY

ସିଙ୍ଗଡା ରେଟ ବଢ଼ିଗଲା ବୋଲି……. ଚରମ ପଦକ୍ଷେପ ନେଲା ଯୁବକ

BSKY

ନୂଆଦିଲ୍ଲୀ: ଦେଶ ଗୋଟିଏ ପଟେ ଦରବୃଦ୍ଧିର ସମ୍ମୁଖୀନ ହେଉଥିବା ବେଳେ ମଧ୍ୟପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଙ୍ଗଡାର ଦାମ ବଢିଥିବା କାରଣରୁ ଯୁବକ ଜଣକ ଆତ୍ମହତ୍ୟା ପରି ଚରମ ପନ୍ଥା ଆପଣେଇଛନ୍ତି । ପୂର୍ବରୁ ସିଙ୍ଗଡା ଗୋଟା ପିଛା ୭.୫୦ ଟଙ୍କାରେ ମିଳୁଥିବା ବେଳେ ଏହାକୁ ୧୦ ଟଙ୍କା କରି ଦେଇଥିଲେ ଦୋକାନୀ ।

ମଧ୍ୟପ୍ରଦେଶର ଅମରକଣ୍ଟକ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅମରକଣ୍ଟକ ପୋଲିିସ ଅନୁଯାୟୀ ଜୁଲାଇ ୨୨ ତାରିଖରେ ଏହି ଘଟଣା ଘଟିଥିଲା । ଯୁବକ ଜଣକ ଦୋକାନୀ ସହିତ ଯୁକ୍ତିତର୍କ ପରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଜୁଲାଇ ୨୪ରେ ଜିଲ୍ଲା ହସ୍ପିଟାଲରେ ଯୁବକ ଜଣଙ୍କ ପ୍ରାଣ ହରାଇଥିଲେ । ସୂଚନା ଅନୁଯାୟୀ ୩୦ ବର୍ଷୀୟ ବଜରୁ ଜୟସ୍ୱାଲ ନିଜ ସାଙ୍ଗସାଥୀଙ୍କ ସହିତ ସିଙ୍ଗଡା ଖାଇବାକୁ ଯାଇଥିଲେ । ସିଙ୍ଗଡା ଖାଇ ସାରିବା ପରେ ଦାମ ବୃଦ୍ଧିକୁ ନେଇ ଦୋକାନୀ କାଞ୍ଚନ ସାହୁଙ୍କ ସହିତ ବଜରୁଙ୍କ ଝଗଡା ମଧ୍ୟ ହୋଇଥିଲା ।ଏହାପରେ କାଞ୍ଚନ ଥାନାରେ ଏକ ମାମଲା ରୁଜୁ କରିଥିଲେ । ୨୨ ତାରିଖରେ ଯୁବକ ଜଣଙ୍କ ପହଞ୍ଚି ପୁନର୍ବାର ଯୁକ୍ତି ତର୍କ କରିବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ।

Get real time updates directly on you device, subscribe now.