fbpx

OSSSC ପୁଣି ଜାରି କଲା ସୂଚନା: ଜିଲ୍ଲା କ୍ୟାଡର ଶିକ୍ଷକ ପଞ୍ଜିକରଣ ତାରିଖ ପଞ୍ଚମ ଥର ପାଇଁ ପୁଣି ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ ତାରିଖ ୪ ଥର ଘୁଞ୍ଚିଥିବା ବେଳେ ଏବେ ପଞ୍ଚମ ଥର ପାଇଁ ନୂଆ ତାରିଖ ଶିଡ୍ୟୁଲ କରାଯାଇଛି । ଅଗଷ୍ଟ ପହିଲାରୁ ପଞ୍ଜିକରଣ ଆରମ୍ଭ ହୋଇ ୨୫ରେ ସମାପ୍ତ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହା ମଧ୍ୟରେ ପୁଣି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରି ପୁଣି ଥରେ ପ୍ରାର୍ଥୀଙ୍କୁ ସୂଚିତ କରାଯାଇଛି ।

ଓଏସଏସଏସସିର ସଦସ୍ୟ ବିଜ୍ଞପ୍ତି ମୁତାବକ, ସେପ୍ଟେମ୍ବର ୧ରୁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ୨୫ରେ ସରିବ । ସେହିପରି ପ୍ରାର୍ଥୀମାନେ ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ସବମିସନ କରିପାରିବେ । ଏହି ନିଯୁକ୍ତି ସମ୍ପର୍କିତ ଅପଡେଟ୍ ପାଇବା ପାଇଁ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.