fbpx

ବିନା ଠୋସ୍ କାରଣରେ ସ୍ୱାମୀ ସହ ନରହିବା ଏକ ପ୍ରକାର ନିର୍ଯ୍ୟାତନା : ଫ୍ୟାମିଲି କୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ, କୌଣସି ବୈଧ କାରଣ ବିନା ସ୍ୱାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ ସମାନ । ଏହା ଏକ ପ୍ରକାର ନିଷ୍ଠୁରତା । ଏଥି ସହ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ କୋର୍ଟ ଅନୁମତି ଦେଇଛନ୍ତି ।

୨୦୧୬ ରେ ବିବାହ କରିଥିଲେ:-
ଆଡଭୋକେଟ୍ ମନୋଜ ବିନିୱାଲେ କହିଛନ୍ତି ଯେ, ୨୦୧୬ ମସିହାରେ ଇନ୍ଦୋରର ବାସିନ୍ଦା ସିଦ୍ଧେଶ୍ୱର କୁମାର ଜୟପୁରର କରୀନା ସିଂଙ୍କୁ ବିବାହ କରିଥିଲେ । ଦୁହେଁ ମାଟ୍ରିମୋନିଆଲ ସାଇଟରେ ଭେଟ ହେବାର କିଛି ଦିନ ପରେ ବିବାହ କରିଥିଲେ । ବିବାହ ପରେ ପତ୍ନୀଙ୍କ ଆଚରଣ ବଦଳି ଯାଇଛି ବୋଲି ସ୍ୱାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ । ବିବାହର ପ୍ରଥମ ରାତିରେ ମଧ୍ୟ ପତ୍ନୀ ତାଙ୍କୁ କହିଥିଲେ ଯେ, ସେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି ଏବଂ ଆଗକୁ ବି ସେ ଏପରି କରିବେ । ଏହା ପରେ ମଧ୍ୟ ସିଦ୍ଧେଶ୍ୱର ତାଙ୍କୁ ତାଙ୍କ ପତ୍ନୀ ଭାବରେ ଗ୍ରହଣ କରିଥିଲେ ।

ସିଦ୍ଧେଶ୍ୱର କହିଛନ୍ତି ଯେ, ସେ ତାଙ୍କ ପତ୍ନୀଙ୍କୁ ମନାଇବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ଶୁଣିଲେ ନାହିଁ । ସେ ସ୍ୱାମୀଙ୍କୁ ନ ଜଣାଇ ଘରୁ ବାହାରି ଚାଲିଯାଆନ୍ତି । ବେଳେବେଳେ ସେ ମୋବାଇଲ୍ ବନ୍ଦ କରିଦିଅନ୍ତି ତ ଆଉ କେବେ ଫୋନ୍ ଉଠାଇ ନଥାନ୍ତି । ପରେ ସେ କହିଥିଲେ ଯେ, ଭବିଷ୍ୟତରେ ସେ ନିଜ ପ୍ରେମିକ ସହିତ ରହିବେ । ଏହା ପରେ ସିଦେ୍ଧଶ୍ୱର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।

ସେହିଭଳି ଅନ୍ୟ ଏକ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ଏବଂ ପତ୍ନୀଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ଏକ ପ୍ରକାରର ମାନସିକ ନିର୍ଯ୍ୟାତନା । କେରଳ ହାଇକୋର୍ଟ କହିଛନ୍ତି ଯେ, ସ୍ୱାମୀଙ୍କ ବାରମ୍ବାର ଅପମାନ ଛାଡପତ୍ର ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ । ତଥାପି, ଆଇନ ଏହି ସତ୍ୟକୁ ଧ୍ୟାନ ଦେବା ଉଚିତ୍ । ପ୍ରକୃତରେ ଫ୍ୟାମିଲି ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଶୁଣାଣି କରିଥିଲେ ।

Get real time updates directly on you device, subscribe now.