fbpx
BJD SKY
BJD SKY

ଛାଡ଼ପତ୍ର ପାଇଥିବା ଝିଅର ପୈତୃକ ସମ୍ପତ୍ତି ଉପରେ ଅଧିକାର ନାହିଁ: ହାଇକୋର୍ଟ

BJD

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଅବିବାହିତ କିମ୍ବା ବିଧବା ଝିଆର ପିତୃ ସମ୍ପତ୍ତି ଉପରେ ଅଧିକାର ଅଛି କିନ୍ତୁ ଛାଡପତ୍ର ପାଇଥିବା ଝିଅର ପିତୃ ସମ୍ପତି ଉପରେ କୌଣସି ଅଧିକାର ନାହିଁ । ଏହାର କାରଣ ହେଉଛି ଛାଡପତ୍ର ପାଇଥିବା ଝିଅର ଭରଣ ପୋଷଣ ପାଇଁ ବାପା ଉପରେ ନିର୍ଭର କରେ ନାହିଁ । ହାଇକୋର୍ଟ ଏପରି ଏକ ମହିଳାଙ୍କ ଅପିଲକୁ ଖାରଜ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି । ପାରିବାରିକ କୋର୍ଟରେ ମହିଳା ଜଣଙ୍କ ତାଙ୍କ ମା ଏବଂ ଭାଇଙ୍କ ଠାରୁ ଭରଣ ପୋଷଣ ପାଇଁ ଅନୁରୋଧ କରିଥିଲେ, ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଛି।

ଆବେଦନ କରିଥିବା ମହିଳାଙ୍କ ପିତାଙ୍କ ମୃତ୍ୟୁ ୧୯୯୯ମସିହାରେ ହୋଇସାରିଛି । ତେବେ ପରିବାରରେ କେବଳ ତାଙ୍କ ମା , ଭାଇ ଏବଂ ଦୁଇ ଭଉଣୀ ଅଛନ୍ତି । ଜଷ୍ଟିସ ସୁରେସ କୁମାର ଏବଂ ଜଷ୍ଟିସ ନୀନା ବଶଂଲ କୃଷ୍ଣଙ୍କ କହିବା ଅନୁସାରେ କୋର୍ଟରେ ଭରଣ ପୋଷଣ ଦାବି କରିବା ଗ୍ରହଣୀୟ, ଏହା ଭରଣ ପୋଷଣ ଅଧିନୀୟମ ଧାରା ୨୧ ଦ୍ୱାରା ନିଷ୍ପତି ନିଆଯାଇଥାଏ । ଅଦାଲତ କହିବା ଅନୁସାରେ ଏହା ୯ ପାରିବାରିକ ସମ୍ପର୍କ ପାଇଁ ଉପଲବ୍ଧ କରାଯାଇଛି ଯେଉଁଥିରେ ଛାଡପତ୍ର ପାଇଥିବା ଝିଅ ଏଥିରେ ସାମିଲ ନାହିଁ ।

ମହିଳାଙ୍କ କହିବା ଅନୁସାରେ ତାଙ୍କ ମା ଏବଂ ଭାଇ ତାଙ୍କୁ ପ୍ରତିମାସରେ ୪୫ ହଜାର ଟଙ୍କା ଦେବା ପାଇଁ ରାଜିଥିଲେ । କାରଣ ଝିଅ ପିତୃ ସମ୍ପତ୍ତିରୁ ଭାଗ ମାଗିବ ନାହିଁ । ତେବେ ୨୦୧୪ ପର୍ଯ୍ୟନ୍ତ ତାଙ୍କୁ ଭରଣ ପୋଷଣ ଖର୍ଚ୍ଚ ଦିଆ ଯାଇଥିଲା । ମହିଳାଙ୍କ ସ୍ୱାମୀ ୨୦୦୧ରେ ଏକ ପକ୍ଷରୁ ଛାଡପତ୍ର ଦେଇଥିଲେ ଏବଂ ପାରିବାରିକ କୋର୍ଟ ଏହା ଉପରେ ଧ୍ୟାନ ଦେଇ ନଥିଲେ ଯାହା ଫଳରେ ତାଙ୍କୁ ସ୍ୱାମୀଙ୍କ ଠାରୁ କୌଣସି ଖର୍ଚ୍ଚ ମିଳୁ ନଥିଲା । ତେବେ କୋର୍ଟଙ୍କ କହିବା ଅନୁସାରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଝିଅ ମା ଏବଂ ଭାଇଙ୍କ ଠାରୁ ଭରଣ ପୋଷଣ ନେଇ ପାରିବେ ନାହିଁ କାରଣ ଏହା ନିୟମ ବିରୋଧି ।

Get real time updates directly on you device, subscribe now.