ଦିୱାଲୀ ଖୁସି ବାଣ୍ଟୁଛି ଭାରତ-ଚୀନ ସୀମା: ସେନା ବାଣ୍ଟୁଛନ୍ତି ମିଠା, ଶେଷ ହେଉଛି ଶତ୍ରୁତା!

ନୂଆଦିଲ୍ଲୀ: ଆଜି ସାରା ଭାରତ ପାଳୁଛି ଶୁଭ ଦୀପାବଳି । ଆଲୋକର ପର୍ବରେ ଦେଶ ସାରା ବ୍ୟାପିଯାଇଛି ଖୁସିର ଲହରୀ । ସବୁଠି ଆନନ୍ଦ ଉଲ୍ଲାସରେ ମଜ୍ଜି ଉଠିଛି ଆମ ଦେଶ । ଭାରତ ସହିତ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ଏହି ଖୁସିର ମାହୋଲରେ ଭାରତ ସାମିଲ କରିପାରେ ସଫଳ ହୋଇଛି । ଭାରତ-ଚୀନ ସୀମାରେ ଉଭୟ ଦେଶର ସେନା ମିଶି ଦୀପାବଳି ପାଳନ କରିଛନ୍ତି । ଉଭୟ ଦେଶର ସେନା କର୍ମଚାରୀ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇ ମିଠା ବାଣ୍ଟିଛନ୍ତି । ଏଲଏସିରେ ଦୀର୍ଘ ଦିନ ପରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ଉଭୟ ଦେଶ ମିଳିମିଶି ଦୀପାବଳି ପାଳନ କରିବା ପରେ ଏମାନଙ୍କ ଶତୃତା କମ୍ ହୋଇପାରେ ବୋଲି କୁହାଯାଉଛି ।

ଆଜି ଏଲଏସିରୁ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି । ଭାରତ ଏବଂ ଚୀନର ସେନାବାହିନୀ ପରସ୍ପରକୁ ମିଠା ବାଣ୍ଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ଏହାସହି ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟି ଏହି ପର୍ବକୁ ପାଳନ କରିଛନ୍ତି । ଯେତେବେଳେ ଉଭୟ ଦେଶ ପୂର୍ବ ଲଦାଖର ଦୁଇଟି ସମ୍ବେଦନଶୀଳ ବିନ୍ଦୁ ଡେମୋକୋକ ଏବଂ ଡେପସଙ୍ଗର ସମତଳ ଭୂମିରେ ପୃଥକ ପୃଥକ ପ୍ରକ୍ରିୟା ସଫଳତାର ସହ ସମାପ୍ତ କରିଥିବା ବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । କୂଟନୈତିକ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି । ଚୁସୁଲ-ମୋଲଡୋ ସୀମା ସଭା ସ୍ଥଳରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବଣ୍ଟନ କରିଛନ୍ତି ।

ବୁଧବାର ସେନା ସୂତ୍ର ଅନୁଯାୟୀ, ଉଭୟ ପକ୍ଷର ସେନାବାହିନୀ ଉପରୋକ୍ତ ପଏଣ୍ଟରେ ପୃଥକତା ପ୍ରକ୍ରିୟା ଶେଷ କରିଛନ୍ତି । ତେଣୁ ଏଠାରେ ପାଟ୍ରୋଲିଂ କାର୍ୟ୍ୟ ଖୁବଶୀଘ୍ର ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଉଛି । ପୃଥକତା ପରେ ଏକ ଯାଞ୍ଚ ପ୍ରକ୍ରିୟା ଚାଲିଛି, ଯେଉଁଥିରେ ପାଟ୍ରୋଲିଂ ପଦ୍ଧତି ସ୍ଥାନୀୟ ଗ୍ରାଉଣ୍ଡ କମାଣ୍ଡୋମାନଙ୍କ ସହ ସହମତ ହେବ । ଏହାସହିତ ସ୍ଥାନୀୟ କମାଣ୍ଡ ସ୍ତରରେ ଆଲୋଚନା ଜାରି ରହିବ ।