fbpx

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ, ଶାନ୍ତି କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

କଟକ: ଓଡ଼ିଆଙ୍କର ବାର ମାସରେ ୧୩ ପର୍ବ। ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇସାରିଛି। ତେବେ ଆଗକୁ ଆସୁଛି ଦୁର୍ଗାପୂଜା। ଚଳିତ ବର୍ଷ ଦୁର୍ଗାପୂଜା ଭସାଣିରେ ଡିଜେକୁ ସଂପୂର୍ଣ୍ଣ ଭାବେ ମନାକରାଯାଇଛି। ଏହି ନିଷ୍ପତ୍ତି କଟକ ଶାନ୍ତି କମିଟି ବୈଠକରେ ନିଆଯାଇଛି। ବୈଠକ ପରେ ପୋଲିସ କମିସନର ଏ ନେଇ ସୂଚନା ଦେଇଛନ୍ତି। ବକ୍ସ ବଜାଇବାକୁ ଅନୁମତି ମିଳିଛି କିନ୍ତୁ ଡିଜେକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତେବେ ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି। ଦୁର୍ଗାପୂଜାରେ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Get real time updates directly on you device, subscribe now.