fbpx

ମୁଁ ଟିକା ନେବି: ଡିଏମଇଟି

Advertisement

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ଆଜି ସାରା ଦେଶରେ ଟିକାକରଣକୁ ନେଇ ଡ୍ରାଏ ରନ୍ ହୋଇଛି । ଡ୍ରାଏ ରନକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଟିକାକରଣ ବେଳେ ଅସୁବିଧା ନହେବା ପାଇଁ ୨ୟ ଥର ଡ୍ରାଏ ରନ୍ କରୁଛୁ । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ଯଥେଷ୍ଟ । ମୁଁ ଟିକା ନେବି, ଟିକା ନେବାରେ ସଙ୍କୋଚ ନାହିଁ । ଟିକାର ଉଦ୍ଦେଶ୍ୟ ମହତ ରହିଛି, ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡିଛି । ଜରୁରୀ ବ୍ୟବହାର ପାଇଁ ଖୁବ୍ ଦିନରେ ଟିକା ବାହାରିଛି । କରୋନା ଟିକା କାମ କରିବ ଓ ଫଳପ୍ରଦ ହେବ । ଟିକା ନନେଲେ ବିପଦରେ ରହିବା ।’

Get real time updates directly on you device, subscribe now.