fbpx

DMET ତରଫରୁ ବିଜ୍ଞପ୍ତି: ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୬ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୫-୨୬ ସେସନ ପାଇଁ ବିଭିନ୍ନ ନର୍ସିଂ ପାଠ୍ୟକ୍ରମ ପାଇଁ ନୂଆ ନର୍ସିଂ ଟ୍ରେନିଂ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏନେଇ ଓଡ଼ିଶା ନର୍ସେସ ଆଣ୍ଡ ମିଡୱାଇଭସ ରେଜିଷ୍ଟ୍ରେସନ କାଉନସିଲ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୩୧ରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୧୬ରେ ସମାପ୍ତ ହେବ । ଶେଷ ତାରିଖ ପରେ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ । କୌଣସି ମାନୁଆଲ ଆପ୍ଲିକେସନକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ । ଆବେଦନର ଗାଇଡଲାଇନ୍ସ, ପେମେଣ୍ଟ ବାବଦରେ ସବିଶେଷ ତଥ୍ୟ ମେଡିକାଲ ଶକ୍ଷା ଓ ଟ୍ରେନିଂ ନିର୍ଦ୍ଦେଶାଳୟ (ଡିଏମଇଟି), ଓଡ଼ିଶାର ୱେବସାଇଟରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.