fbpx

ସନ୍ଦେହ ଆଧାରରେ DNA ପରୀକ୍ଷା ପାଇଁ ଅନୁମତି ଦେବା ଠିକ୍ ନୁହେଁ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ ସନ୍ତାନର ପିତୃତ୍ୱକୁ ପ୍ରମାଣିତ କରିବା ପାଇଁ ଡିଏନଏ ଟେଷ୍ଟ କରାଇବା ଉଚିତ ନା ନାହିଁ? ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ମାମଲାରେ ଡିଏନଏ ଟେଷ୍ଟ ପାଇଁ ଆଦେଶ ନେବା ଅନୁଚିତ । କେବଳ ବ୍ୟଭିଚାରକୁ ସନ୍ଦେହ କରି ଏହି ଆଧାରରେ ଡିଏନଏ ଟେଷ୍ଟ ଆଦେଶ ଦେବା ଅନୁଚିତ । ସମସ୍ତ ତଥ୍ୟର ଯାଞ୍ଚ ପରେ ହିଁ ଏହି ଅନୁମତି ଦେବା ଉଚିତ ବୋଲି କୋର୍ଟ କହିଛନ୍ତି ।

ଏହି ମାମଲାର ଶୁଣାଣି ଜଷ୍ଟିସ ରାମ ସୁବ୍ରମଣ୍ୟମଙ୍କ ବେଞ୍ଚ ତରଫରୁ କରାଯାଉଥିଲା । ଜଷ୍ଟିସ ସୁବ୍ରମଣ୍ୟମ କହିଛନ୍ତି, ଅଦାଲତଗୁଡ଼ିକ ପାରିବାରିକ ମାମଲାରେ କେବଳ ବ୍ୟଭିଚାରକୁ ସନ୍ଦେହ କରି ଡିଏନଏ ଟେଷ୍ଟ ପାଇଁ ଆଦେଶ ଦିଅନ୍ତୁ ନାହିଁ । ତଥ୍ୟର ଯାଞ୍ଚ ପରେ ଏନେଇ ଅନୁମତି ଦେବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଡିଏନଏ ଟେଷ୍ଟକୁ ନେଇ ସୁପ୍ରିମକୋର୍ଟ ଗତ ୨୦୨୧ ଅକ୍ଟୋବର ଏକ ବଡ଼ ନିଷ୍ପତ୍ତି ଶୁଣାଇଥିଲେ ।

ସେ ସମୟରେ କୋର୍ଟ କହିଥିଲେ, ନିୟମିତ ଭାବେ ଲୋକଙ୍କର ଡିଏନଏ ଟେଷ୍ଟ ଆଦେଶ ଦେବା ଅନୁଚିତ । କୋର୍ଟଙ୍କ ନଜରରେ ଡିଏନଏ ଟେଷ୍ଟ କରିବା ବ୍ୟକ୍ତିଗତ ଅଧିକାର ବିରୋଧୀ ହୋଇପାରେ । ଡିଏନଏ ଟେଷ୍ଟ ପାଇଁ ବାଧ୍ୟ କରିବା ବ୍ୟକ୍ତିଗତ ସ୍ୱାଧିନତାର ଉଲ୍ଲଂଘନ ହେବ । ଏଥିସହିତ ଯେଉଁ କ୍ଷେତ୍ରରେ ଏହି ଟେଷ୍ଟର ଅତ୍ୟଧିକ ଆବଶ୍ୟକତା ପଡ଼ିବ ସେ କ୍ଷେତ୍ରରେ ଏହି ଆଦେଶ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ ଜୋର ଦେଇ କହିଥିଲେ ।

Get real time updates directly on you device, subscribe now.