fbpx

ଏଭଳି ଲୋକଙ୍କୁ ଭୁଲରେ ବି କରନ୍ତୁ ନାହିଁ ବନ୍ଧୁ, ଦେଇପାରନ୍ତି ଧୋକା !

ସଂପର୍କ ଆମ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ । ସଂପର୍କ ବିନା ଜୀବନର ମୂଲ୍ୟ ଅର୍ଥହୀନ । ଆମେ ଯେତେବି ଧନ ଉପାର୍ଜନ କଲେବି ଆମକୁ ଭଲ ବନ୍ଧୁଙ୍କର ଆବଶ୍ୟକତା ରହିଥାଏ, ଯାହାଙ୍କୁ ଆମେ ସୁଖ ଦୁଃଖ କହିପାରିବା । କିନ୍ତୁ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଆମକୁ ବହୁତ ଅସୁବିଧାରେ ପକାଇପାରନ୍ତି । ଏଥିପାଇଁ ଆମକୁ କେଉଁ ଲୋକଙ୍କୁ ନିଜ ଜୀବନରେ ମହତ୍ୱ ଦେବାର ଅଛି ତାହା ଭାବିଚିନ୍ତି ନେବା ଦରକାର । ତେବେ ଆସନ୍ତୁ ଜାଣିବା କିଭଳି ଲୋକଙ୍କୁ ନିଜ ଜୀବନରେ ସାମିଲ ନକରିବା ଦରକାର ।

ଆପଣ ଏଭଳି ଲୋକଙ୍କୁ ଜାଣିଥିବେ ଯେଉଁମାନେ ଆପଣଙ୍କ ସାମ୍ନାରେ ଅନ୍ୟର ଖରାପ କହୁଥିବେ । ଏଭଳି ଲୋକଙ୍କଠାରୁ ସବୁବେଳେ ସାବଧାନ ରହିବା ଦରକାର । କାରଣ ସେହି ବ୍ୟକ୍ତି ଆପଣଙ୍କ କଥା ମଧ୍ୟ ଅନ୍ୟ ଆଗରେ କହିପାରେ । ଏଥିପାଇଁ ଏଭଳି ଲୋକଙ୍କୁ ନିଜର କୌଣସି ସିକ୍ରେଟ୍ କୁହନ୍ତୁ ନାହିଁ । ଯାହାଦ୍ୱାରା ଆପଣଙ୍କୁ ଅସୁବିଧା ହୋଇପାରେ । ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ସେହିପରି ନିଜସ୍ୱାର୍ଥୀ ଲୋକଙ୍କଠାରୁ ମଧ୍ୟ ଦୂରେଇ ରୁହନ୍ତୁ । କାରଣ ଏମାନେ କେବଳ ନିଜର ହିଁ ସ୍ୱାର୍ଥ ଦେଖିଥାନ୍ତି । ଏମାନେ କେବଳ ଆପଣଙ୍କ ଠାରୁ ପାଇବାର ଆଶା ରଖିଥାନ୍ତି । ଏଭଳି ଲୋକଙ୍କୁ ସଂପର୍କ ନିଭାଇବା ଆସିନଥାଏ ଏବଂ ଆପଣ ସେମାନଙ୍କୁ ଗୁରୁତ୍ୱ ଦିଅନ୍ତୁ ଏଭଳି ଆଶା ରଖିଥାନ୍ତି । ଏଭଳି ଲୋକଙ୍କ ମଧ୍ୟରେ ସହାନୁଭୂତି ନଥାଏ, ଏମାନଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଭଲ ।

Get real time updates directly on you device, subscribe now.