fbpx
BSKY SKY
BSKY SKY

ଦୃଷ୍ଟିଦୋଷ, ମୁଣ୍ଡବ୍ୟଥା, ସନ୍ତୁଳନ ହରାଇବା, ସ୍ୱଭାବରେ ପରିବର୍ତ୍ତନ ବ୍ରେନ ଟ୍ୟୁମରର ସାଇଲେଣ୍ଟ ଲକ୍ଷଣ, ରିସର୍ଚ୍ଚ ତଥ୍ୟ

BSKY

ନୂଆଦିଲ୍ଲୀ: ଆଜିର ସମୟରେ ବ୍ରେନ ଟ୍ୟୁମର ଏକ ଭୟଙ୍କର ବିମାରୀ । ଏହା କୌଣସି ବ୍ୟକ୍ତିର ଶରୀରକୁ ବଂଶାନୁକ୍ରମ ଭାବେ ଆସିପାରେ । ମୁଣ୍ଡବ୍ୟଥା ହେଉଛି ବ୍ରେନ ଟ୍ୟୁମରର ଏକ ସାଧାରଣ ଲକ୍ଷଣ । ଅନେକ ସମୟରେ ଫୁଟବଲ ଖେଳିବା ସମୟରେ ଏଭଳି ମୁଣ୍ଡବ୍ୟଥା ଦେଖିବାକୁ ମିଳିଥାଏ । ବେଳେବେଳେ ଆପଣ ଖେଳୁ ଖେଳୁ ତଳେ ପଡ଼ିଯାଆନ୍ତି ଓ ଏହାପରେ ରକ୍ତସ୍ରାବ ହୋଇନଥାଏ । ତେବେ ଏଭଳି ସ୍ଥିତିରେ ଆପଣଙ୍କଠାରେ ବ୍ରେନ ଟ୍ୟୁମର ହୋଇଛି ବୋଲି ମାନିନେବାକୁ ହେବ ।

ସିଟି ସ୍କାନ କରି ବ୍ରେନ ଟ୍ୟୁମର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇହେବ । ଅଧିକାଂଶ ମାମଲାରେ ରକ୍ତ ବାହାରୁ ନଥିବାରୁ ଲୋକମାନେ ସିଟି ସ୍କାନ କରାଇ ନଥାନ୍ତି । ମାତ୍ର ଏହା ପରବର୍ତ୍ତୀ ସମୟରେ ଭୟଙ୍କର ହୋଇଥାଏ । ଯେତେବେଳେ ଲକ୍ଷଣ ଦେଖାଦିଏ ସେତେବେଳକୁ ବହୁତ ଡେରି ହୋଇଯାଇଥାଏ ।

ଏନେଇ ଦିଲ୍ଲୀ ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜି ସିନିୟର ସନସଲ୍ଟାଣ୍ଟ କହିଛନ୍ତି, ପ୍ରାରମ୍ଭିକ ସମୟରେ ବ୍ରେନ ଟ୍ୟୁମରର ସାଇଲେଣ୍ଟ ଲକ୍ଷଣ ବିଷୟରେ ସଚେତନ ହେବା ଜରୁରୀ । ଏହାଫଳରେ ରୋଗକୁ ଶୀଘ୍ର ଚିହ୍ନଟ କରି ଚିକିତ୍ସା କରାଯାଇପାରିବ । ଏକ ରିସର୍ଚ୍ଚ ମୁତାବକ, ଭାରତର ୩.୨ ପ୍ରତିଶତ ବିକଳାଙ୍ଗତା ପାଇଁ ବ୍ରେନ୍ ଟ୍ୟୁମର ହିଁ ଦାୟୀ । ୧ ଲକ୍ଷ ପୁରୁଷ ଓ ମହିଳାଙ୍କ ମଧ୍ୟରୁ ବର୍ଷକୁ ୬.୩ ପ୍ରତିଶତ ମସ୍ତିଷ୍କ ଓ ନର୍ଭସ ସିଷ୍ଟମ କ୍ୟାନସରର ଶିକାର ହୋଇଥାନ୍ତି ।

Get real time updates directly on you device, subscribe now.