ରୋଷେଇ ଗ୍ୟାସ ପାଖରେ ପାଣି ଟ୍ୟାପ ଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏଭଳି ଅସୁବିଧା
ରୋଷେଇ ଘରର ଠିକ ସ୍ଥାନରେ ରଖନ୍ତୁ ପାଣି ଟ୍ୟାପ, ନଚେତ ଲାଗି ରହିବ କଳହ
ଓଡିଶା ଭାସ୍କର: ସମସ୍ତଙ୍କର ଇଛା ଥାଏ ନିଜର ଗୋଟେ ସ୍ୱପ୍ନର ଘର ତିଆରି କରିବା। ଆଉ ଏଥିପାଇଁ ବିଶେଷକରି ସମସ୍ତେ ଘର ତିଆରି କଲା ବେଳେ ବାସ୍ତୁ ଉପରେ ଗୁରୁତ୍ୱ ଦେଇଥାନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ।
ତେବେ ବାସ୍ତୁ ଅନୁସାରେ, କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି। କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତାହେଲେ ଆସନ୍ତୁ ଜାଣିବା ରୋଷେଇ ଘରର କେଉଁ ଦିଗରେ ପାଣି ଟ୍ୟାପ ରହିବା ଆବଶ୍ୟକ।
ରୋଷେଇ ଘରେ ପାଣି ଟ୍ୟାପ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ। ଏହା ଦ୍ୱାରା ଶୁଭଫଳ ମିଳିଥାଏ। କେବେ ରୋଷେଇ ଘରେ ଦକ୍ଷିଣ ପଶ୍ଚିମ ଦିଗରେ ପାଣି ଟ୍ୟାପ ଲଗାଇବା ଉଚିତ ନୁହେଁ। କାରଣ ଦକ୍ଷିଣ ପଶ୍ଚିମ ଦିଗରେ ପାଣି ଟ୍ୟାପ ଲଗାଇଲେ ଘରେ ଝଗଡ଼ା ଲାଗି ରହିବା ସହ ଅଭାବ ମଧ୍ୟ ଲାଗି ରହିଥାଏ।
ରୋଷେଇ ଘରେ ପାଣି ଟ୍ୟାପ ଗ୍ୟାସ ଚୁଲ୍ଲା ନିକଟରେ ରଖିବା ଉଚିତ ନୁହେଁ। କାରଣ ନିଆଁ ଓ ପାଣି ଗୋଟିଏ ଦିଗରେ ରହିବା ଅନୁଚିତ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ।
ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ।