fbpx

କାନ ବିନ୍ଧାକୁ କରନ୍ତୁ ନାହିଁ ଅଣଦେଖା, ହ୍ରାସ ହୋଇପାରେ ଶ୍ରବଣ ଶକ୍ତି

ଓଡ଼ିଶା ଭାସ୍କର: ଋତୁ ପରିବର୍ତ୍ତନ ହେଲେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏଥିପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ । ଅଧିକାଂଶ ଲୋକଙ୍କ ମଧ୍ୟରେ କାନ ବୋହିବା(Ear Drainage) ଭଳି ସମସ୍ୟା ଦେଖାଦେଇଥାଏ । ବିଶେଷ କରି ଶିଶୁ, ପୁଷ୍ଟିହୀନ ବ୍ୟକ୍ତି କିମ୍ବା କ୍ରନିକ୍ ଜ୍ୱରରେ ପୀଡ଼ିତ ଥିବା ରୋଗୀଙ୍କ କ୍ଷେତ୍ରରେ । ଡାକ୍ତରଙ୍କ କହିବାନୁଯାୟୀ ଏହା ସାଧାରଣ ପରି ମନେ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଶ୍ରବଣ ଶକ୍ତି ହ୍ରାସ ହେବା, ଗଳାରେ ଖିଚ୍ ଖିଚ୍ ଆଦି ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ରୋଗକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ । ସମୟ ପୂର୍ବରୁ ଏହି ରୋଗର ଲକ୍ଷଣ ଚିହ୍ନଟ କରି ଚିକିତ୍ସା କରିବା ଦ୍ୱାରା ବ୍ୟକ୍ତିକୁ ଅନେକ ଗମ୍ଭୀର ରୋଗରୁ ଦୂରେଇ ଥାଏ ।

କାନ ବୋହିବା ପଛରେ ରହିଛି ଏହି ୩ଟି କାରଣ

– କୌଣସି ପ୍ରକାର ଭାଇରାଲ, ବ୍ୟାକଟେରିଆ ବା ଫଙ୍ଗାଲ ଇନଫେକସନ୍ ହୋଇଥିଲେ କାନ ବୋହିଥାଏ
– ବାହ୍ୟ କାନରେ ଆଘାତ ଲାଗିବା, ବ୍ରଣ କିମ୍ବା ବଥ ହୋଇଥିଲେ
– ବାୟୁ ପ୍ରଦୂଷଣ ଆଲର୍ଜୀ, ଗଳା ସଂକ୍ରମଣ, ଚିକେନପକ୍ସ, ଜ୍ୱର, କୁପୋଷଣ ବା ଦନ୍ତ ସଂକ୍ରମଣ ହେଲେ କାନ ବୋହିବା ସମସ୍ୟା ଦେଖାଦେଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ କାନ ଏକ ଟ୍ୟୁବ ଦ୍ୱାରା ନାକର ପଛ ଅଂଶ ଏବଂ ଗଳାର ଉପର ଅଂଶ ସହ ଜଡ଼ିତ । ଏଭଳି ପରିସ୍ଥିତିରେ ନାକ ଏବଂ ଗଳାରେ ଦେଖାଯାଉଥିବା ସମସ୍ୟା କାନକୁ ପ୍ରଭାବିତ କରିଥାଏ । ଫଳରେ କାନ ଫୁଲି ଯାଇ ଟ୍ୟୁବ ବନ୍ଦ ହୋଇଯାଏ । ଏହା ଦ୍ୱାରା କାନର ମଧ୍ୟ ଭାଗରେ ଏକ ପ୍ରକାର ତରଳ ଜମା ହେବା ଆରମ୍ଭ ହୁଏ । ଏଭଳି ସ୍ଥିତିରେ ଚାପ ବୃଦ୍ଧି ହେବା ସହ କାନର ପର୍ଦ୍ଦା ଦେଇ ବାହାରି ଆସିଥାଏ ।

ତେବେ କିଛି ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାରୁ ଉପସମ ମିଳିପାରିବ :

– ନିୟମିତ ଭାବେ ତୁଳସୀ ରସର ୨-୩ ବୁନ୍ଦା କାନରେ ଦିଅନ୍ତୁ । କିଛି ଦିନ ମଧ୍ୟରେ କାନ ବୋହିବା ସମସ୍ୟା ଦୂରେଇ ଯିବ ।

– ଏଣ୍ଟି ବ୍ୟାକ୍ଟେରିଆଲ ଏବଂ ଏଣ୍ଟି ଫଙ୍ଗାଲ ଗୁଣରେ ଭରପୁର ନୀମ ତେଲ । ନିୟମିତ ନିମ ତେଲର ୨-୩ ବୁନ୍ଦା କାନରେ ଦେଲେ ଯନ୍ତ୍ରଣା କମିବା ସହ ସମସ୍ୟାରୁ ଉପସମ ମିଳିଥାଏ ।

– ସୋରିଷ ତେଲ ଉଷୁମ କରି କାନରେ କେଇ ବୁନ୍ଦା ଦେଇପାରିବେ । ସମସ୍ୟା ଜଟିଳ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା ଦ୍ୱାରା ଆପଣ ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ ।

Get real time updates directly on you device, subscribe now.