fbpx

Vastu Tips: ଏହି ଦିଗରେ ଗଛ ଥିଲେ ବଢେ ସମସ୍ୟା, ସବୁବେଳେ ଘରେ ଲାଗିରହିବ ଝଗଡ଼ା

Advertisement

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖାଯାଉଥିବା ପ୍ରତ୍ୟେକ ଜିନିଷ ବ୍ୟକ୍ତି ଜୀବନରେ ପ୍ରଭାବ ପକାଇଥାଏ । ବାସ୍ତୁ ହିସାବରେ ପ୍ରତି ଜିନିଷ ରଖିବାର ଏକ ନିର୍ଦ୍ଧିଷ୍ଟ ଦିଗ ରହିଛି । ସେହିପରି ଯଦି ଭୁଲ ଦିଗରେ ଗଛ ଲଗାଇବେ ତେବେ ତାହା ଘରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏଥିପାଇଁ ଘରେ ସର୍ବଦା କଳହ ଲାଗି ରଗହିଥାଏ । ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ଗଛ ନ ଲଗାଇବାକୁ ବାରଣ କରାଯାଇଛି । ଆସନ୍ତୁ ଜାଣିବା କିଛି ଗଛ ବିଷୟରେ..

କଦଳୀ ଗଛ: ଏହି ଗଛକୁ ଦକ୍ଷିଣ, ପଶ୍ଚିମ ଏବଂ ଆଗ୍ନେୟ ଦିଗରେ ଲଗାଇବା ଉଚିତ ନୁହେଁ । ଏହି ଦିଗରେ କଦଳି ଗଛ ଲାଗିଲେ ବହୁତ ଅଶୁଭ ପଳ ମିଳିଥାଏ । ଏହି ଗଛ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଆବଶ୍ୟକ ।

ତୁଳସୀ ଗଛ: ତୁଳସୀ ଗଛକୁ ଯଦି ଦକ୍ଷୀଣ ଦିଗରେ ଲଗାଯାଏ ତେବେ ଏଥିରେ ଆର୍ଥିକ ସମସ୍ୟ ବୃଦ୍ଧି ପାଇଥାଏ । ତଳସୀ ଗଛକୁ ସର୍ବଦା ଐଶାନ୍ୟ କୋଣ, ଉତ୍ତର ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଆବଶ୍ୟକ । ଏଥିରେ ଶୁଭଫଳ ମିଳିଥାଏ ।

ମନି ପ୍ଲାଣ୍ଟ: ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷୀଣ ଦିଗରେ ମନି ପ୍ଲାଣ୍ଟ ଲଗାଇଲେ ଶୁଭ ଯାଗାରେ ଅଶୁଭ ହୋଇଥାଏ । ଏଥିରେ ଘରର ସଦସ୍ୟଙ୍କୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଆବଶ୍ୟକ । ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବାରେ ଘରେ ସୁଖ-ସମୃଦ୍ଧି ବଢିଥାଏ ।

Get real time updates directly on you device, subscribe now.