ଭୁଲ୍‌ରେ ବି କାହା ସହ ସେୟାର କରନ୍ତୁନି ଏହି ୫ ସିକ୍ରେଟସ୍‌, ପ୍ରଶଂସା ବଦଳରେ ଲୋକଙ୍କ ଥଟ୍ଟାର ହେବେ ଶିକାର

ଓଡ଼ିଶା ଭାସ୍କର: ମଣିଷ ତା’ର ଜୀବନକାଳ ଭିତରେ ବିଭିନ୍ନ ପ୍ରକାର ଲୋକଙ୍କୁ ଭେଟିଥାଏ । ଏମାନଙ୍କ ମଧ୍ୟରୁ କେହି ଆପଣଙ୍କ ସଂପର୍କୀୟ କିମ୍ବା ଘନିଷ୍ଠ ବନ୍ଧୁ ହୋଇଥାନ୍ତି । ଏମାନଙ୍କ ସହ ଗପସପ କରିବା ସମୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥାଏ । ବହୁ ସମୟରେ ଏପରି ହୋଇଥାଏ କି କଥା ହେବା ସମୟରେ ଆପଣ ଭାବନାରେ ବୁଡିଯାଇ ଏପରି କଥା ବି ସେୟାର କରିଦିଅନ୍ତି ଯାହା ସେୟାର କରିବା ଅନୁଚିତ । ଏହିସବୁ କଥା ଜୀବନରେ ସିକ୍ରେଟ ରଖିବା ଉଚିତ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁସବୁ କଥା କାହା ସହ ସେୟାର କରିବା ଅନୁଚିତ ।

ନିଜର ଭବିଷ୍ୟତ ପ୍ଲାନ୍‌: କିଛି ଲୋକ ଏପରି ଥାଆନ୍ତି ଯେଉଁମାନେ ନିଜର କିଛି ବି ପ୍ଲାନକୁ ଅନ୍ୟ ସହ ସେୟାର କରି ଦିଅନ୍ତି । କିନ୍ତୁ ଏହା ଠିକ୍ ନୁହେଁ । ଆପଣମାନେ ଚୁପଚାପ୍ ନିଜ ପ୍ଲାନ ଅନୁଯାୟୀ କାମ କରି ସକରାତ୍ମକ ପରିଣାମରେ ଲୋକଙ୍କୁ ଜବାବ ଦେବା ଉଚିତ । ଯଦି ଆପଣ ନିଜ ପ୍ଲାନକୁ ସେୟାର କରିବେ ଓ ସେଥିରେ ଅସଫଳ ହୋଇଯିବେ ତେବେ ଲୋକମାନେ ଆପଣଙ୍କ ମଜାକ୍ ଉଡାଇବେ ।
ନିଜ ଦୂର୍ବଳତା: ଯଦି ଆପଣ ଲୋକଙ୍କ ନିକଟରେ ନିଜ ଦୂର୍ବଳତା କହିବେ ତେବେ ସେମାନେ ଏହାର ଭୁଲ୍ ବ୍ୟବହାର କରିବେ । ଯଦି କେହି ଆପଣଙ୍କ ଦୂର୍ବଳତା ଜାଣିଗଲା ଓ କାଲି ତା’ ସହ ଆପଣଙ୍କ ସମ୍ବନ୍ଧ ଖରାପ ହୋଇଯାଉଛି ତେବେ ସେ ଆପଣଙ୍କ ଦୂର୍ବଳତାର ଭୁଲ୍ ବ୍ୟବହାର କରିପାରେ ।
ରାଜ୍‌: ସମସ୍ତଙ୍କ ଜୀବନରେ ଏପରି ରାଜ୍ ରହିଛି ଯାହାକୁ ରାଜ ହିଁ ରଖିବା ଠିକ୍ । କିନ୍ତୁ ବହୁ ଲୋକ ଭାବନାରେ ବୋହିଯାଇ ରାଜ ବି ଖୋଲି ଦିଅନ୍ତି । ଏହାଦ୍ୱାରା ଆପଣ ଲୋକଙ୍କ ପାଖରେ କେବଳ ଉପହାସର ପାତ୍ର ହୋଇ ରହିଯାଆନ୍ତି ।
ଅସଫଳତା: ନିଜ ଅସଫଳତାକୁ ଲୋକଙ୍କ ପାଖରେ କୁହନ୍ତୁ ନାହିଁ । ଏହାକୁ ନେଇ କେହି ଆପଣଙ୍କ ମଜାକ୍ ଉଡାଇପାରେ । ଏହାକୁ ନେଇ ଆପଣଙ୍କ ମାନସିକ ଦୁଃଶ୍ଚିନ୍ତା ବଢିଯାଇପାରେ ।
ଆୟ:ଲୋକଙ୍କୁ ଆପଣଙ୍କ ଆୟ ବିଷୟରେ କାହାକୁ ବି କୁହନ୍ତୁ ନାହିଁ । ବୁଦ୍ଧିମାନ ଲୋକ କେବେ ନିଜର ଆୟ ଓ ଏହାର ଉତ୍ସ ବିଷୟରେ କାହାକୁ କହି ନ ଥାନ୍ତି ।