fbpx

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ କର ବା ମର ପରସ୍ଥିତି: ହାରିଲେ ସେମିରୁ ବିଦା, ପାକିସ୍ତାନ ବିଗାଡ଼ିଦେଲା ସବୁ ଅଙ୍କ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଟିମ୍ ଇଣ୍ଡିଆ ଲଜ୍ଜାଜନକ ଭାବେ ୧୦ ୱିକେଟରେ ପରାଜୟ ବରଣ କରିଛି । ଏହି ବିଜୟ ପରେ ପାକିସ୍ତାନ ଭାରତର ବିଶ୍ୱକପରେ ଅପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି । ତେବେ ଏହି ପରାଜୟର ପ୍ରଭାବ ଭାରତର ଆଗାମୀ ବିଶ୍ୱକପର ଅଭିଯାନ ଉପରେ ପଡ଼ିପାରେ । ଏବେ ଭାରତକୁ ଆଗାମୀ ସମସ୍ତ ମ୍ୟାଚରେ ଜିତିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ।

ଭାରତକୁ ସେମିରେ ପହଞ୍ଚିବାକୁ ହେଲେ ବାକି ଥିବା ସମସ୍ତ ମ୍ୟାଚ ଜିତିବାକୁ ପଡ଼ିବ । ଭାରତ ସହ ଗ୍ରୁପରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ନାମିବିଆ ଓ ଆଫଗାନିସ୍ତାନ ରହିଛନ୍ତି । ସ୍କଟଲାଣ୍ଡ, ନାମିବିଆ ଓ ଆଫଗାନିସ୍ତାନ ଦେଶମାନଙ୍କ ବିପକ୍ଷରେ ଭାରତ ସହଜରେ ଜିତିପାରିବ । ଭାରତ ପାଇଁ କଣ୍ଟା ସାଜିବ ନ୍ୟୁଜିଲାଣ୍ଡ, କାରଣ ଟି-୨୦ ବିଶ୍ୱକପରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ କୌଣସି ମ୍ୟାଚ ଜିତିନାହିଁ । ଯଦି ଚଳିତ ଥର ବିରାଟ ବାହିନୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତି ଇତିହାସ ରଚିବ, ତେବେ ହୁଏତ ସେମି ଖେଳିବା ସମ୍ଭବ ହୋଇପାରେ । ନଚେତ୍ ଟିମ୍ ଇଣ୍ଡିଆ ଘରକୁ ବାହୁଡ଼ିବା ଥୟ । ଯଦି ଭାରତ ସମସ୍ତ ମ୍ୟାଚ ଜିତିବା ପରେ ନ୍ୟୁଜିଲାଣ୍ଡ ଠାରୁ ହାରିଯାଏ, ତେବେ ସେପରି ସ୍ଥଳେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସେମିକୁ ଉନ୍ନିତ ହେବେ, ଭାରତ ବାଦ ପଡ଼ିବ । ପୁଣି ଯଦି ଭାରତ ନ୍ୟୁଜିଲାଣ୍ଡକୁ ହରାଏ ଓ ନ୍ୟୁଜିଲାଣ୍ଡ ପାକକୁ ହରାଏ ତେବେ ଖେଳ ରୋମାଞ୍ଚକର ମୁଡ଼କୁ ଚାଲିଯିବ । ଏପରି ସ୍ଥଳେ ରନରେଟକୁ ଦେଖି ସେମିଫାଇନାଲିଷ୍ଟ ସ୍ଥିର କରାଯିବ । ଯଦି ନ୍ୟୁଜିଲାଣ୍ଡ ଉଭୟ ଭାରତ ଓ ପାକକୁ ହରାଏ ତେବେ ଏ କ୍ଷେତ୍ରରେ ଭାରତ ପଛରେ ରହିଯିବ । ଯଦି ନ୍ୟୁଜିଲାଣ୍ଡ ଭାରତକୁ ହରାଏ ଓ ପାକିସ୍ତାନଠାରୁ ହାରିଯାଏ, ତେବେ ଭାରତ ମଧ୍ୟ ପଛରେ ପଡ଼ିଯିବ । ଏପରିସ୍ଥଳେ ଆସନ୍ତା ୩୧ ତାରିଖ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହେବ ।

Get real time updates directly on you device, subscribe now.