ଧନତେରସରେ କରନ୍ତୁ ଏହିସବୁ କାର୍ଯ୍ୟ: ମିଳିଥାଏ ଚମତ୍କାରୀ ଫାଇଦା, ପୂର୍ଣ୍ଣ ହୁଏ ମନସ୍କାମନା

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଧନତେରସକୁ ଦୀପାବଳି ପରି ମହତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଦୀପାବଳିର ଠିକ ୨ ଦିନ ପୂର୍ବରୁ ଅର୍ଥାତ କାର୍ତ୍ତିକ ମାସର କୃଷ୍ଣପକ୍ଷର ତ୍ରୟୋଦଶୀ ତିଥୀକୁ ଧନେତରସ୍ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଧନତେରସ୍ ୧୩ ନଭେମ୍ବର ଅର୍ଥାତ ଆସନ୍ତାକାଲି ପାଳନ କରାଯିବ । ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ନଭେମ୍ବର ୧୩ ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରସ ପାଳନ କରାଯିବ।

ଧନତେରସ ପର୍ବ ପ୍ରତି ବର୍ଷ ଦୀପାବଳିର ପୂର୍ବ ଦିନ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରିବା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ସହିତ କିଛି ବିଶେଷ ଉପାୟ କରି ଧନର ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବତାଙ୍କ କୃପା ମିଳିଥାଏ। ଜୀବନର ସମସ୍ତ ସମସ୍ୟା ଦୂର ହୋଇ ମନୋବାଞ୍ଛିତ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଏହି ଖାସ୍ ବିଷୟରେ…

  • ଧନତେରାସ ସକାଳେ ଉଠି ପ୍ରଥମେ ନିଜ ହାତକୁ ଯୋଡ଼ି ରେଖାକୁ ମିଶାନ୍ତୁ। ଏହା ପରେ କିଛି ସମୟ ଦେଖି ହାତକୁ ଚୁମ୍ବନ କରି ୩ଥର ମୁହଁରେ ମାଲିସ୍ କରନ୍ତୁ। ଏହା ଦ୍ବାରା ମନରେ ସକରାତ୍ମକ ଶକ୍ତିର ସଞ୍ଚାର ହେବା ସହ ଦିନ ସାରା ଭଲ ଅନୁଭବ ହେବ।
  • ଅଧିକାଂଶ ଲୋକଙ୍କର ପଇସା​‌ ରହିନଥାଏ। ଏଥିପାଇଁ ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ତାଙ୍କୁ ୨ଟି ଲବଙ୍ଗ ଚଢ଼ାନ୍ତୁ।
  • ଧନତେରାସ ପାଇଁ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ। କୁହାଯାଏ ଯେ, ଗଛ ଯେତେ ବଡ଼ ହେବ ଜୀବନରେ ସଫଳତାର ରାସ୍ତା ଖୋଲିବ। କାରବାର ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିବା ସହ ଆୟର ନୂଆ ସ୍ରୋତ ମିଳିବ।
  • ଧନତେରାସର ଶୁଭ ଦିନରେ ନିଶ୍ଚିତ କିଣାକିଣି କରନ୍ତୁ। କିନ୍ତୁ ଏକଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ଗିଫ୍ଟ କିମ୍ବା ଜିନିଷ କେବଳ ଘରର ସଦସ୍ୟ ପାଇଁ କିଣନ୍ତୁ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏହି ଦିନ ଉପହାର କିଣନ୍ତୁ ଏବଂ ତାଙ୍କୁ ଦେବା ଦ୍ବାରା ମା ଲକ୍ଷ୍ମୀ ଅନ୍ୟଙ୍କ ଘରକୁ ଯିବେ।
  • ଏହି ଦିନ ସୁନା-ଚାନ୍ଦି ବାସନ ଏବଂ ଆଭୂଷଣ ବ୍ୟତୀତ ଗୋଟିଏ ଝାଡ଼ୁ କିଣନ୍ତୁ। ଏହା ଦ୍ବାରା ଲକ୍ଷ୍ମୀଙ୍କ କୃପା ହେବା ସହ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତିର ବାସ ହୋଇଥାଏ।
  • ଧନତେରାସ ଦିନ ଘରକୁ ଦୀପରେ ସଜାନ୍ତୁ। ଦୀପ ଜଳାଇବା ପାଇଁ ସଂଖ୍ୟାର ବିଶେଷ ଧ୍ୟାନ ରଖନ୍ତୁ। ଏଥିପାଇଁ ୧୩-୧୩ଟି ଘରର ଭିତରେ ଏବଂ ବାହାରେ ମୋଟ ୨୬ଟି ଦୀପ ଜଳାନ୍ତୁ।

ବିଶ୍ବାସ ରହିଛି ଯେ ଏହା ଦ୍ବାରା ଅନ୍ଧାର ଦୂର ହୋଇଥାଏ। ଏହା ସହିତ ଧନର ଦେବତା କୁବେର ଏବଂ ମା ଲକ୍ଷ୍ମୀଙ୍କୁ ଘରେ ବାସ କରିବାର ଆମନ୍ତ୍ରଣ ମିଳିଥାଏ। ଏପରି କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

Get real time updates directly on you device, subscribe now.