fbpx

ଟଙ୍କା ପଇସାର ଅଭାବ ରହୁଛି କି? କେବଳ ରବିବାର ଦିନ ହିଁ ଏହି କାମ କରନ୍ତୁ, ଦେଖିବେ ଧନ ଆପେ ଆପେ ବଢ଼ିଯିବ

ଓଡିଶା ଭାସ୍କର: ସମସ୍ତେ କୁହନ୍ତି, ଆଜିର ଦିନରେ ସବୁ ଦରଦାମ ଏତେ ହୋଇଗଲାଣି ଯେ ରୋଜଗାର ଯେତେ କଲେ ବି ଟଙ୍କାର ଅଭାବ ପଡୁଛି । ବାସ୍ତବରେ ଏ କଥା ସତ କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ବାସ୍ତବତା ଆଉ କିଛି ଥାଏ । ଦରଦାମ ବଢିବା ତ ସ୍ୱାଭାବିକ କଥା ହେଲେ ଏହାର ସମାଧାନ କିଛି ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏଭଳି କିଛି ଉପାୟ ରହିଛି ଯାହା ଆପଣଙ୍କ ସମସ୍ୟାର ସମାଧାନ କରିପାରେ।

ମଣିଷ ଜୀବନ ଜ୍ୟୋତିଷ ଶାସ୍ତ୍ର ସହ ଜଡିତ ରହିଛି। ଏହାକୁ ମାନି ଚଳିବା ଦ୍ୱାରା ଅନେକ ବଡ଼ ବଡ଼ ସମସ୍ୟା ଦୂର ହୋଇଯାଇଥାଏ। ସେହିପରି ଆଗକୁ ଆସୁଥିବା ସମସ୍ୟାରୁ ବର୍ତ୍ତିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ ରଖାଯାଏ। ଏହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଉପାୟ ରହିଛି ଯାହାକୁ ଆପଣେଇବା ଦ୍ୱାରା ଧନର ଅଭାବ ରହେ ନାହିଁ। ତେବେ ସୂର୍ୟ୍ୟଦେବତାଙ୍କୁ ଯଶ ଏବଂ ବୈଭବ ଦେବତା ବୋଲି ବିଶ୍ୱାସ ରହିଛି। ରବିବାର ହେଉଛି ସୂର୍ଯ୍ୟଙ୍କ ବାର। ଏହିଦିନ ସୂର୍ଯ୍ୟଦେବଙ୍କୁ ପୂଜା କଲେ ଘରେ ସୁଖଶାନ୍ତି ବଜାୟ ରହିବା ସହ ଧନର ଅଭାବ ରହେ ନାହିଁ। ଏହାକୁ ଆଧାର କରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ସ୍ୱତନ୍ତ୍ର ଉପାୟ ରହିଛି। ସେହି ଉପାୟ ରବିବାର ଦିନ ଆପଣେଇବା ପରେ ସବୁ ସମସ୍ୟା ଦୂର ହୋଇଯାଇଥାଏ।

ରବିବାର ଦିନ କ’ଣ କରିବେ? ଜାଣନ୍ତୁ :
  • ରାତିରେ ଶୋଇବା ସମୟରେ ଗୋଟିଏ ଗ୍ଲାସ କ୍ଷୀର ମୁଣ୍ଡ ପାଖରେ ରଖିଦିଅନ୍ତୁ। ଯେମିତି କ୍ଷୀର ଗ୍ଲାସ ପଡ଼ି ନ ଯାଏ। ତା’ ପରଦିନ ସ୍ନାନ କରି ଏହି କ୍ଷୀର ଗ୍ଲାସକୁ ନେଇ କୌଣସି ଏକ କଣ୍ଟାଗଛ ମୂଳେ ଢାଳି ଦିଅନ୍ତୁ। ପ୍ରତ୍ୟେକ ରବିବାର ଏହି ଉପାୟ ଅବଲମ୍ବନ କରି ଚମତ୍କାରିତା ଦେଖନ୍ତୁ।
  • ଅନ୍ୟପଟେ ରବିବାର ହେଉଛି ଏକ ଛୁଟି ଦିନ। ଦିନଟି ଛୁଟି ଥିବା କାରଣରୁ କିଣାକିଣି ଓ ବୁଲାବୁଲି ଅଧିକ ହୋଇଥାଏ। ଫଳରେ ଖର୍ଚ୍ଚ ବଢ଼ିଯାଇଥାଏ। ଏଣୁ ଏହି ଦିନ ଆଧ୍ୟାତ୍ମିକ ପରିବେଶରେ ରହି ନିଜର ମନକୁ ନିୟନ୍ତ୍ରଣ ଭିତରେ ରଖନ୍ତୁ।

Get real time updates directly on you device, subscribe now.