ଆଧୁନିକ ଛାପ ଆମର ଖାଇବାରେ ଦେଖିବାକୁ ମିଳୁଛି । ସକାଳୁ ଛତୁଆ , ଚୁଡା କଦଳୀ ଖାଇବା ବଦଳରେ ବ୍ରେଡବଟର କିମ୍ବା ଟୋଷ୍ଟ , ସାଣ୍ଡୱିଚ୍ ଖାଉଛନ୍ତି ଆଜିକାଲିର ପିଲା । ଯଦି ଆପଣ ନିୟମିତ ଭାବେ ବ୍ରେଡ ଖାଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆସନ୍ତୁ ଜାଣିବା ପ୍ରତିଦିନ ବ୍ରେଡ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ କି ପ୍ରକାର ପ୍ରଭାବ ପଡେ..
– ସବୁବେଳେ ବ୍ରେଡ ଖାଆନ୍ତି ତେବେ ସେମାନଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବ୍ରେଡ ମଇଦାରୁ ତିଆରି । ମଇଦା ବ୍ରେଡ ହଜମ କରିବାକୁ ସମୟ ଲାଗେ । ବ୍ରେଡ ବଦଳରେ ସକାଳୁ ଗଜାମୁଗ, ବୁଟ ସହ ଫଳମୂଳ ଖାଆନ୍ତୁ । ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
-ବ୍ରେଡରେ ବହୁ ପରିମାଣର ଫ୍ୟାଟ ଥାଏ । ଯାହା ଆପଣଙ୍କୁ ହୃଦରୋଗ ଆଡକୁ ଟାଣି ପାରେ । ଯଦି ଆପଣ ନିଜ ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ରେଡ ଠାରୁ ଦୂରରେ ରହିବା ଉଚିତ୍ ।
– ବ୍ରେଡରେ ଥିବା କାର୍ବୋହାଇଡ୍ରେଟ୍ ଏବଂ ଚିନି ଆପଣଙ୍କ ମୋଟାପଣର କାରଣ ହୋଇପାରେ । ଯଦି ଆପଣ ଫିଟ୍ ରହିବାକୁ ଚାହାଁନ୍ତି ତେବେ ବ୍ରେଡ ଖାଆନ୍ତୁ ନାହିଁ । ପ୍ରତିଦିନ ବ୍ରେଡ ଖାଇଲେ ସେମାନଙ୍କୁ ମଧ୍ୟ ବ୍ଲଡ଼ ସୁଗର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଏହି କାରଣରୁ କାଁଭାଁ ଲିମିଟରେ ବ୍ରେଡ ଖାଇବା ଉଚିତ୍ ।