ନୂଆଦିଲ୍ଲୀ: ପ୍ରାଇଭେଟ୍ ସେକ୍ଟର ICICI ଓ YES ବ୍ୟାଙ୍କ ସେଭିଂସ୍ ଆକାଉଣ୍ଟସ୍ରେ ସର୍ଭିସ୍ ଚାର୍ଜରେ ପରିବର୍ତ୍ତନ କରିବାକୁ ଯାଉଛି । ଏହାସହିତ ଏହି ଦୁଇ ବ୍ୟାଙ୍କ କିଛି ଆକାଉଣ୍ଟ ବି ବନ୍ଦ କରିବାକୁ ଯାଉଛି । ଏହି ପରିବର୍ତ୍ତନ ୨୦୨୪ ମେ’ ମାସରୁ ଲାଗୁ ହେବ । ଯଦି ଆପଣଙ୍କର ବି ଏହି ୨ ବ୍ୟାଙ୍କରେ ସେଭିଙ୍ଗସ୍ ଆକାଉଣ୍ଟ ରହିଛି ତେବେ ଏବେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ଟିକସ ଦେବାକୁ ହେବ ।
YES ବ୍ୟାଙ୍କ ସୂତ୍ରରୁ ପ୍ରକାଶ ଏହା ସେଭିଙ୍ଗସ୍ ଏସକ୍ଲୁସିଭ୍, ସେଭିଙ୍ଗସ୍ ସିଲେକ୍ଟ, ସେଭିଙ୍ଗସ୍ ଆଡଭାଣ୍ଟେଜ୍, ପ୍ରାଇମ୍, ୟସ୍ ରେସ୍ପେକ୍ଟ ଓ ସେଭିଙ୍ଗସ୍ ପ୍ରୋ ଆକାଉଣ୍ଟ ବନ୍ଦ କରିଦେଇଛି । ଏହା ସହିତ କିଷାନ ଏସଏ ଲାଗି ମିନିମମ୍ ବାଲାନ୍ସ ୫,୦୦୦ଟଙ୍କା ଉପରେ ସର୍ବାଧିକ ଶୁଳ୍କ ୫୦୦ଟଙ୍କା, ମାଇ ଫାଷ୍ଟ ୟସ୍ର ମିନିମମ୍ ବାଲାନ୍ସ ୨୫୦୦ଟଙ୍କା ଲାଗି ଶୁଳ୍କ ୨୫୦ଟଙ୍କା ଓ ଅନ୍ୟାନ୍ୟ ଆକାଉଣ୍ଟ ଉପରେ ୭୫୦ଟଙ୍କା ଟିକସ ନେବ । ଏଠାରେ ସୂଚାଇ ଦିଆଯାଇପାରେ କି ୟସ୍ ବ୍ୟାଙ୍କର ସେଭିଂ ଆକାଉଣ୍ଟ ଉପରେ ୩ରୁ ୭% ପର୍ଯ୍ୟନ୍ତ ସୁଧ ମିଳିଥାଏ ।
ସେହିପରି ICICI ବ୍ୟାଙ୍କ ବି ଏହାର ବିଭିନ୍ନ ବ୍ୟାଙ୍କିଂ ସର୍ଭିସରେ ପରିବର୍ତ୍ତନ କରିବାକୁ ଯାଉଛି । ମିନିମମ୍ ମନ୍ଥଲି ଆଭରେଜ୍ ବାଲାନ୍ସ, କ୍ୟାସ୍ ଟ୍ରାନଜାକାସନ ଚାର୍ଜେସ୍, ଏଟିଏମ୍ ଇଣ୍ଟରଚେଞ୍ଜ ଫି’ ଓ ଅନ୍ୟାନ୍ୟ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଯାଉଛି । ସେହିପରି ଡେବିଟ୍ କାର୍ଡର ବାର୍ଷିକ ଫି’ ୨୦୦ଟଙ୍କା ହେବ । ଏହାସହିତ ବ୍ୟାଙ୍କ କାରବାର ଆଧାରରେ ଟାୟର୍ଡ ଚାର୍ଜେସ୍ ବି ଲଗାଇବ । ଏହା କାରବାର ରାଶି ଆଧାରରେ ପ୍ରତି କାରବାର(ଟ୍ରାନଜାକସନ) ପାଇଁ ୨.୫୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ରହିବ । ଏହା ବ୍ୟତିତ ବ୍ୟାଙ୍କ Woman Savings Account, Privilege Accounts Advantage Woman Saving Account, Asset Linked Saving Account ପରି କେତେକ ଆକାଉଣ୍ଟ ବନ୍ଦ କରିଦେବ ।