fbpx

ଆପଣଙ୍କ ହାତରେ ଅଛି କି ଏଚ୍ ଅକ୍ଷର : ଜାଣନ୍ତୁ ଏହା କଣ ଦେଇଥାଏ ସଂକେତ

Advertisement

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ଶାସ୍ତ୍ର ରହିଛି, ସେମାନଙ୍କ ମଧ୍ୟରୁ ହସ୍ତଶାସ୍ତ୍ର ମଧ୍ୟ ଗୋଟିଏ । ଏହି ଶାସ୍ତ୍ର ମାଧ୍ୟମରେ ହସ୍ତରେଖା ବିଶାରଦମାନେ ଆମ ହାତ ଦେଖି ଅନେକ କିଛି କହିଥାନ୍ତି । ତେବେ ଏହି ହସ୍ତରେଖା ଶାସ୍ତ୍ରରେ ହାତରେ ଥିବା ରେଖା ବ୍ୟତୀତ ହାତରେ ଥିବା ବିଶେଷ ଚିହ୍ନ ବିଷୟରେ ମଧ୍ୟ ଅନେକ କଥା କୁହାଯାଇଛି । ଯାହାକି ଜଣେ ବ୍ୟକ୍ତିର ଭବିଷ୍ୟ ଉପରେ ଭଲ ପ୍ରଭାବ କିମ୍ବା ଖରାପ ପ୍ରଭାବ ପକାଇଥାଏ । ତେବେ ହସ୍ତରେଖା ଶାସ୍ତ୍ର ଅନୁସାରେ ହାତରେ ସ୍ୱତ୍ତିକ , ଶଙ୍ଖ, ମାଛ ଆଦି ଚିହ୍ନକୁ ଶୁଭ ବୋଲି କୁହାଯାଉଥିବା ବେଳେ ହାତରେ ଥିବା କଟା କିମ୍ବା ଚକ୍ର ଚିହ୍ନକୁ ଅଶୁଭ ବୋଲି କୁହାଯାଏ । ଏତତ୍ ବ୍ୟତୀତ ହାତରେ ଥିବା ଚିହ୍ନ କିଛି ଅକ୍ଷରକୁ ମଧ୍ୟ ସୂଚିତ କରିଥାଏ ତେବେ ଆଜି ଜାଣିବା ହାତରେ ଥିବା ଏଚ୍ ଅକ୍ଷର
ଜୀବନରେ କେଉଁ ଫଳ ପ୍ରଦାନ କରିଥାଏ ।

ଏଚ୍ ଅକ୍ଷର କଣ ସୂଚିତ କରେ: ଯେଉଁ ବ୍ୟକ୍ତିଙ୍କ ହାତରେ ଏଚ୍ ଅକ୍ଷର ଥିବା ଜଣାପଡେ ସେହି ବ୍ୟକ୍ତିଙ୍କ ପାଇଁ ତାଙ୍କ ବିଶେଷତ୍ୱ ହିଁ ସବୁକିଛି ହୋଇଥାଏ । ଏହି ବିଶେଶତ୍ୱ ପାଇଁ ସମୋନେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ଏବଂ ଚାଲଖ ହୋଇଥାନ୍ତି । ଏଥିସହିତ ସେମାନେ ଅତି ସହଜରେ ଧୋକା ଖାଇ ନଥାନ୍ତି । ତେବେ ଏହି ଚିହ୍ନ ଥିବା ବ୍ୟକ୍ତିମାନଙ୍କ ଜୀବନ ପ୍ରରମ୍ଭିକ ଅବସ୍ଠା ରେ ବହୁତ ଜଟିଳ ରହିଥାଏ । ତେବେ ଏମାନେ ୨୦ ବର୍ଷ ଅତିକ୍ରମ କରିବା ପରେ ସେମାନଙ୍କ ଭାଗ୍ୟ ଖୋଲିଥାଏ ଏବଂ ସେମାନେ ନିଜ ଜୀବନରେ ଅନେକ ସଫଳତା ପାଇଥାନ୍ତି । ଏହି ଏଚ୍ ଥିବା ବ୍ୟକ୍ତିମାନେ ତାଙ୍କ ଦୀବନରେ ଯାହା ନିଷ୍ପତ୍ତି ନି୍ନ୍ତି ତାହା ହିଁ କରିଥାନ୍ତି ।

Get real time updates directly on you device, subscribe now.