fbpx

ଆପଣଙ୍କ ହାତ ପାପୁଲିରେ ରହିଛି କି ଏହି ରେଖା? ମଣିଷକୁ କରିଥାଏ ଭାଗ୍ୟବାନ

ଓଡିଶା ଭାସ୍କର: ମଣିଷ ଭାଗ୍ୟର ସବୁ ରହସ୍ୟ ତାର ହାତରେଖାରେ ଲୁଚି ରହିଥାଏ । ହସ୍ତରେଖା ଶାସ୍ତ୍ରର ବିଶେଷଜ୍ଞମାନେ ହାତ ପାପୁଲିରେ ଥିବା ଏହି ରେଖାକୁ ଦେଖି ଭାଗ୍ୟ ଏବଂ ଭବିଷ୍ୟତ ବିଷୟରେ କହିପାରନ୍ତି । ତେବେ ଏହି ହସ୍ତଶାସ୍ତ୍ରରେ ସିମୀୟନ ଲାଇଲ୍ ବିଷୟରେ ମଧ୍ୟ କୁହାଯାଇଛି । ଖୁବ୍ କମ ଲୋକଙ୍କ ହାତ ପାପୁଲିରେ ଏହି ରେଖା ରହିଥାଏ । ତେବେ ଆସନ୍ତୁ ଜାଣିବା ହାତର କେଉଁ ଜାଗାରେ ଏହି ସିମୀୟନ ଲାଇନ୍ ରହିଥାଏ । ତେବେ ଯେଉଁମାନଙ୍କ ହାତରେ ଏହି ରେଖା ଥାଏ ସେମାନଙ୍କୁ ଖୁବ ଭାଗ୍ୟବାନ ବୋଲି କୁହାଯାଏ ।

ହାତରେ ଥିବା ହୃଦୟ ଓ ମସ୍ତିଷ୍କର ରେଖା ଯେଉଁଠି ମିଶିଥାଏ, ସେହିଠାରେ ତିଆରି ହୋଇଥାଏ ଏହି ସିମୀୟନ ଲାଇନ୍ । ହାର୍ଟ ଲାଇନ ଆମର ଭାବନାତ୍ମକ ଶକ୍ତିର ପ୍ରତିନିଧିତ୍ୱ କରୁଥିବା ବେଳେ ମସ୍ତିଷ୍କ ରେଖା ମାନସିକ ଶକ୍ତିକୁ ଜାଗ୍ରତ କରିଥାଏ । ସେଥିପାଇଁ ସିମୀୟନ ରେଖାରେ ଭାବନା ଓ ବୁଦ୍ଧି ଉଭୟଙ୍କ ଭାବ ସାମିଲ ହୋଇଥାଏ ।

ସିମୀୟନ ରେଖା ଥିବା ବ୍ୟକ୍ତିତ୍ୱ: ଯେଉଁ ଲୋକମାନଙ୍କ ହାତରେ ଏହି ରେଖା ଥାଏ ସେମାନଙ୍କ ପର୍ସନାଲିଟିରେ କିଛି ଖାସ୍ ଦେଖିବାକୁ ମିଳିଥାଏ । ଏହି ଲୋକ ବହୁତ ବୁଦ୍ଧିମାନ, ଜ୍ଞାନୀ, ଡିସିସନ୍ ମେକର ବା ନିଷ୍ପତ୍ତି ନିର୍ମାତା ହେବା ସହିତ ସୃଜନଶୀଳତା ଓ ଆତ୍ମବିଶ୍ୱାସୀ ମଧ୍ୟ ହୋଇଥାନ୍ତି । ତେବେ ଏମାନେ ସାମାନ୍ୟ ସର୍ଟ ଟେମ୍ପର ହୋଇଥାନ୍ତି ଏବଂ ବିଭିନ୍ନ ବିପଦପୂର୍ଣ୍ଣ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ସିମୀୟନ ରେଖା ଥିବା ବ୍ୟକ୍ତିମାନଙ୍କ ପାଖରେ ବହୁତ ଧନ ମଧ୍ୟ ରହିଥାଏ । କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହି ରେଖା କିଛି ମାତ୍ରାରେ ଅଶୁଭ ବୋଲି ଧରାଯାଇଥାଏ । ଏହି ରେଖା ଥିବା ମହିଳାମାନଙ୍କୁ ଜୀବନରେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

ସିମୀୟନ ରେଖାର ଶକ୍ତି: ଏହି ରେଖା ଦାମ୍ପତ୍ୟ ଜୀବନରେ ବହୁ ମାତ୍ରାରେ ପ୍ରଭାବ ପକାଇଥାଏ । ଯଦି ଏହି ଲୋକ କେବେ କାହାକୁ ଭଳପାଇଥାନ୍ତି, ତେବେ ସେମାନେ ଗୋଟିଏ ଭଲ ଜୀବନ ସାଥୀ ହୋଇଥାନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କର ଭଲପାଇବାରେ ବିଶ୍ୱାସ ନଥାଏ ସେମାନେ ଶକ୍ତ ମନୋଭାବ ଓ ବିଶ୍ୱାସ ଘାତକ ହୋଇଥାନ୍ତି ।

ଦୁଇ ହାତରେ ଥାଏ ସିମୀୟନ ରେଖା: ସିମୀୟନ ରେଖା ବହୁତ କମ ଲୋକଙ୍କ ହାତରେ ରହିଥାଏ । କିନ୍ତୁ ଏହିଭଳି ଲୋକ ଦୁର୍ଲଭ ହୋଇଥାନ୍ତି, ଯେଉଁମାନଙ୍କର ୨ଟି ହାତରେ ଏହି ରେଖା ରହିଥାଏ । ସାଧାରଣତଃ ଏହିପରି ଲୋକ ସମାଜର ଆଦର୍ଶକୁ ମାନନ୍ତି ନାହିଁ । କିନ୍ତୁ ଏମାନେ ନିଜ ସୃଜନଶୀଳତା (କ୍ରିଏଟିଭିଟି) ମାଧ୍ୟମରେ ସୁଯୋଗ ହାତେଇବାରେ ଖୁବ ଆଗରେ ରହିଥାନ୍ତି ।

Get real time updates directly on you device, subscribe now.