fbpx

ଆପଣଙ୍କ Aadhaar ସହିତ କେତେ ସିମ୍ କାର୍ଡ ଜାରି ହୋଇଛି ଜାଣିଛନ୍ତି କି? ଏବେ ଘରେ ବସି ଜାଣନ୍ତୁ ଏହି ଉପାୟରେ

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ସମସ୍ତ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ? ହଁ .. ଟେଲିକମ୍ ବିଭାଗର ନୂତନ ୱେବସାଇଟ୍ (DOT) ରୁ ଆପଣ ଏହି ଫୋନ୍ ନମ୍ବର ଗୁଡ଼ିକୁ ଯାଞ୍ଚ କରିପାରିବେ । ଡିଓଟି ନିକଟରେ ନିକଟରେ ଏକ ପୋର୍ଟାଲ୍ ଲଞ୍ଚ କରିଛି । ଯାହାର ନାମ ହେଉଛି ଟେଲିକମ୍ ଆନାଲିଟିକ୍ସ ଫର୍ ଫ୍ରଡ୍ ମ୍ୟାନେଜମେଣ୍ଟ ଆଣ୍ଡ କନଞ୍ଜ୍ୟମୁର୍ ପ୍ରୋଟେକ୍ସନ୍ (TAFCOP) । ଏହି ପୋର୍ଟାଲ୍ ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଆଧାର ନମ୍ବର ସହିତ ଲିଙ୍କ୍ ହୋଇଥିବା ସମସ୍ତ ଫୋନ୍ ନମ୍ବର ଯାଞ୍ଚ କରିପାରିବେ । ଏହା ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପୋର୍ଟାଲ ।

TAFCOPର କହିବାକୁ ମୁତାବକ, ଏହି ୱେବସାଇଟ୍ ଜରିଆରେ ଆପଣ ମାନେ ଖୁବ୍ ସହଜରେ ପତା ଲଗାଇପାରିବେ ଯେ, ଆପଣଙ୍କ ଆଧାର କାର୍ଡ ନମ୍ବରରେ କେତୋଟି ଫୋନ୍ ନମ୍ବର ଜାରି ହୋଇଛି । ଆଉ ଯଦି ଆପଣଙ୍କ ବିନା ଅନୁମତିରେ ଆଧାର କାର୍ଡ ନମ୍ବରରେ କୌଣସି ଫୋନ୍ ନମ୍ବର ଲିଙ୍କ୍ ତାହେଲେ ଏନେଇ ଅଭିଯୋଗ ବି କରିପାରିବେ । ଏହାଛଡ଼ା ଆପଣଙ୍କ ପୁରୁଣା ତଥା ବ୍ୟବହାର କରୁନଥିବା ନମ୍ବରକୁ ଆଧାରରୁ ଅଲଗା ବି କରିପାରିବେ । ଆପଣ ଜାଣିଥାନ୍ତୁ ଯେ, ଏହି ସୁବିଧା ବର୍ତ୍ତମାନ ପାଇଁ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୟୁଜର୍ ମାନଙ୍କ ପାଇଁ ଉପଲବ୍ଧ ହେଉଛି । ଆଗକୁ ଏହା ସାରା ଦେଶର ଲୋକ ମାନଙ୍କ ପାଈଁ ଲାଗୁ ହୋଇଯିବ ।

ଜାଣନ୍ତୁ କିପରି କରିବେ ଫୋନ୍ ନମ୍ବର ଯାଞ୍ଚ:

୧. ଆଧାର ସହିତ ଲିଙ୍କ୍ ହୋଇଥିବା ନମ୍ବର ଗୁଡ଼ିକୁ ଜାଣିବା ପାଇଁ ପ୍ରଥମେ https://tafcop.dgtelecom.gov.in/ କୁ ଯିବାକୁ ହେବ ।
୨. ଏଠାରେ ନିଜର ଫୋନ୍ ନମ୍ବର ଦିଅନ୍ତୁ ।
୩. ଏହା ପରେ ରିକ୍ୱେଷ୍ଟ ଓଟିପି ଉପରେ କ୍ଲିକ୍ କରିବାକୁ ହେବ । ଓଟିପି ଯିବା ପରେ ତାକୁ ଏଠାରେ ଦିଅନ୍ତୁ ।
୪. ଏହାପରେ ଆପଣଙ୍କ ଆଧାର ସହିତ ଜଡ଼ିତ ଥିବା ସବୁ ନମ୍ବର ଦେଖିପାରିବେ । ଏଠାରେ ୟୁଜର ମାନେ ବ୍ୟବହାର କରୁନଥିବା ନମ୍ବର ଗୁଡ଼ିକୁ ବ୍ଲକ୍ ବି କରିପାରିବେ ।

Get real time updates directly on you device, subscribe now.