fbpx

ଆଗରୁ କେବେ ଦେଖିଛନ୍ତି କି ଏହି ବାସ୍କେଟ ଘର?

ଓଡିଶା ଭାସ୍କର; ନୂଆ ନୂଆ ସ୍ଥାନ ସହ ନୂଆ ନୂଆ ଜିନିଷ ଦେଖିବାକୁ ଆମେ ପ୍ରାୟ ସମସ୍ତେ ଇଚ୍ଛା ପ୍ରକାଶ କରିଥା’ନ୍ତି । ଦି ଗ୍ରେଟ ୱାଲ ଅଫ ଚାଇନା ହେଉ ବା ଭାରତର ତାଜମହଲ ପରି ଭାସ୍କର୍ଯ୍ୟ, ଏସବୁ ବିଷୟରେ ନିଶ୍ଚୟ ଆପଣ ଜାଣିଥିବେ । ଶହ ଶହ ବର୍ଷ ପରେ ବି ସ୍ୱତନ୍ତ୍ର ଡ଼ିଜାଇନ୍‌ରେ ନିର୍ମିତ ଏସବୁ ଭାସ୍କର୍ଯ୍ୟ ବିଶ୍ୱବାସୀଙ୍କ ସଦାସ୍ମରଣୀୟ । ତେବେ ଏହା ମଧ୍ୟରେ ଏପରି ଏକ କୋଠା ରହିଛି ଯାହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ଏହି କୋଠାକୁ ଦେଖିବା ପାଇଁ ପ୍ରତିଦିନ ଏହା ସମ୍ମୁଖରେ ଭିଡ଼ ଜମି ଥାଏ । ଏହି ବିଶାଳ କୋଠାକୁ ବାସ୍କେଟ ବିଲ୍ଡିଂ ବା ବାସ୍କେଟ ହାଉସ ବୋଲି କୁହାଯାଏ । ଏହା ଦେଖିବାକୁ ଏକ ବାସ୍କେଟ ଆକୃତିର ଏବଂ ଏହି କାରଣରୁ ଏହାକୁ ବାସ୍କେଟ ହାଉସ ବୋଲି କୁହାଯାଏ । ଆମେରିକାର ଓହିଓ ସହରରେ ରହିଛି ଏହି ଚର୍ଚ୍ଚିତ ବାସ୍କେଟ କୋଠା ।

୧୯୯୮ ମସିହାରେ ଏହି କୋଠାକୁ ନିର୍ମାଣ କରାଯାଇଥିଲା । ଯାହାକୁ କାରିଗରମାନେ ନିଜସ୍ୱ ଆଗ୍ରହରେ ଏପରି ନିର୍ମାଣ କରିଥିଲେ । ଭିନ୍ନ ଶୈଳୀରେ ନିର୍ମାଣ ହୋଇଥିବାରୁ ସ୍ୱତନ୍ତ୍ର ଡ଼ିଜାଇନ ପାଇଁ ଏହା ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛି । ଏହି କୋଠାର ଉଚ୍ଚତା ୧୯୨ ଫୁଟ ହୋଇଥିବା ବେଳେ ଲମ୍ବ ରହିଛି ୧୨୬ ଫୁଟ । ଏହି ବାସ୍କେଟ ଆକୃତିର କୋଠାରେ ଦୁଇଟି ହାଣ୍ଡେଲ ମଧ୍ୟ ରହିଛି । ଦୂରରୁ ଏହି କୋଠାର ଡ଼ିଜାଇନକୁ ଦେଖିଲେ ସାମ୍ନାରେ ଯେପରି ଏକ ବିରାଟ ବାସ୍କେଟ ରଖାଯାଇଛି ତାହା ଅନୁଭବ ହୋଇଥାଏ । ଏହି କୋଠାକୁ ଭିନ୍ନ ରୂପରେ ତିଆରି କରାଯାଇଥିବାରୁ ଦର୍ଶକଙ୍କ ପାଇଁ ଏହା ଏକ ମନୋରଞ୍ଜନ କେନ୍ଦ୍ର ପାଲଟିଛି । ଏଥି ସହ ବର୍ତ୍ତମାନ ଏହା ପର୍ଯ୍ୟଟନସ୍ଥଳୀ ଭାବେ ସାରା ଦେଶରେ ମଧ୍ୟ ପରିଚିତ ହୋଇପାରିଛି । ଆପଣ ଯଦି ଚାହିଁବେ ତାହେଲେ ଆମେରିକା ଯାଇ ଏହି ସୁନ୍ଦର କଳାକୃତିକୁ ଦେଖି ଉପଭୋଗ କରିପାରିବେ । ଏହାକୁ ଦେଖିବା ପାଇଁ କୌଣସି ଟିକସ କରିବାକୁ ପଡ଼ିନଥାଏ କିମ୍ବା କିଛି ଦେୟ ଦେବାକୁ ପଡେ ନାହିଁ ।

 

 

 

Get real time updates directly on you device, subscribe now.