fbpx

ସାବଧାନ! ଟାଟୁ କରିବାର ସଉକ ଅଛି କି ? କ୍ୟାରିୟର ପାଇଁ ସାଜିପାରେ ସମସ୍ୟା…ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ସୁନ୍ଦର ଓ ଆକର୍ଷଣୀୟ ଟାଟୁ । କାହାକୁ ବା ସୁନ୍ଦର ନ ଲାଗେ କହିଲେ ? ଆଜିକାଲି ଏହା ଏକ ଫ୍ୟାଶନରେ ପରିବର୍ତ୍ତନ ହୋଇଯାଇଛି । ବିଶେଷକରି ଯୁବପିଢ଼ିମାନେ ଟାଟୁ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ଏହା ସେମାନଙ୍କ ପର୍ସନାଲିଟିକୁ ନୂଆ ଲୁକ୍ ଦେବା ସହ କନଫିଡେଣ୍ଟ ଫିଲ୍ କରାଇଥାଏ । ଅଧିକାଂଶ ବ୍ୟକ୍ତି ଆଧ୍ୟାତ୍ମିକ, ପ୍ରକୃତି, ବିଶିଷ୍ଟ ବ୍ୟକ୍ତି, ମାତାପିତା, ପାର୍ଟନରଙ୍କ ଛବି କିମ୍ବା ନାଁ ଆଧାରିତ ଇତ୍ୟାଦି ଟାଟୁ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି ଏହି ଟାଟୁ ଆପଣଙ୍କ କ୍ୟାରିୟର ପାଇଁ ସମସ୍ୟା ସୃଷ୍ଟି କରିପାରେ ?

ଭାରତ ସମେତ ବିଦେଶରେ ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର କ୍ରେଜ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ବ୍ୟକ୍ତି ପର୍ମାନେଣ୍ଟ ବା ସ୍ଥାୟୀ ଟାଟୁ ଅଧିକ ପସନ୍ଦ କରିଥାନ୍ତି । ଏକ ରିପୋର୍ଟରୁ ପ୍ରକାଶ କି ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଟାଟୁ କରିଥିବା ବ୍ୟକ୍ତି ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି । ଚାକିରି ଏବଂ ଟାଟୁକୁ ନେଇ ଭାରତରେ କିଛି ନିୟମ ରହିଛି । ବିଶେଷ କରି ଟାଟୁ କରିଥିବା ବ୍ୟକ୍ତିମାନେ ସରକାରୀ ଚାକିରିରୁ ବଞ୍ଚିତ ହୋଇଥାନ୍ତି । IAS, IPS, ଇଣ୍ଡିଆନ୍ ରେଭେନ୍ୟୁ ସର୍ଭିସ(IRS), ଇଣ୍ଡିଆନ୍ ଫରେନ୍ ସର୍ଭିସ(IFS), ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସେନା ଏବଂ ପୋଲିସ ବିଭାଗରେ ଏନେଇ କଠୋର ପ୍ରତିବନ୍ଧକ ଏବଂ ନିୟମ ରହିଛି ।

କାହିଁକି ଏହି ସବୁ ଚାକିରି ପାଇଁ ପ୍ରତିବନ୍ଧକ ଲଗାଯାଇଛି ?

ଶରୀରରେ ଟାଟୁ ଥିଲେ ଜଣେ ବ୍ୟକ୍ତି ଉପରୋକ୍ତ ସରକାରୀ ଚାକିରି କରିପାରିବ ନାହିଁ । ଏହା ପଛରେ ୩ଟି ପ୍ରମୁଖ କାରଣ ଦର୍ଶାଯାଇଛି ।

୧. ଟାଟୁ ଦ୍ୱାରା ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଛି । ଏଥିମଧ୍ୟରୁ ଏଚ୍‌ଅଇଭି, ଚର୍ମ ରୋଗ ଏବଂ ହେପାଟାଇଟିସ୍ A ଏବଂ B ଅନ୍ୟତମ ।
୨. ଶରୀରରେ ଟାଟୁ କରିଥିଲେ ବ୍ୟକ୍ତି ଅନୁଶାସନରୁ ବଞ୍ଚିତ ରହିଥାଏ । ସେ କାର୍ଯ୍ୟ ଠାରୁ ଅଧିକ ସଉକକୁ ଗୁରୁତ୍ୱ ଦେଇଥାଏ ।
୩. ଡିଫେନ୍ସ ସେକ୍ଟରରେ ଟାଟୁ ଦ୍ୱାରା ସିକ୍ୟୁରିଟି ରିସ୍କ ବୃଦ୍ଧି ପାଇଥାଏ ।

ଟ୍ରାଇବାଲ କମ୍ୟୁନିଟିକୁ ଟାଟୁ ପାଇଁ ମିଳିଛି ମଞ୍ଜୁରୀ

ଟାଟୁକୁ ନେଇ ସରକାରୀ ଚାକିରିରେ ଭିନ୍ନ ଭିନ୍ନ ନିୟମ ରହିଛି । ଏଥିପାଇଁ କିନ୍ତୁ କିଛି ସର୍ତ୍ତ ରହିଛି । ଆଦିବାସୀ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପାଇଁ ଟାଟୁ ଛୋଟ ଏବଂ ଆଦିବାସୀ ସମ୍ପ୍ରଦାୟ ସହ ଜଡ଼ିତ ରହିବା ଆବଶ୍ୟକ । କୌଣସି ପ୍ରକାର ଫ୍ୟାଶନେବଲ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେଉଥିବା ଟାଟୁ କରିବା ଉପରେ ପ୍ରତିବନ୍ଧକ ରହିଛି । ଏଭଳି ସ୍ଥିତିରେ ସରକାରୀ ଚାକିରି ମିଳିବା କଷ୍ଟକର ହୋଇଥାଏ ।

Get real time updates directly on you device, subscribe now.