fbpx

ଆକାଉଣ୍ଟରେ ପଇସା ନଥିଲେ ବି ଖର୍ଚ୍ଚ କରିପାରିବେ; ଜାଣନ୍ତୁ କେମିତି ମିଳିବ ଏହି ସୁବିଧା

ନୂଆଦିଲ୍ଳୀ: ଆକାଉଣ୍ଟରେ ପଇସା ନଥିବା ବେଳେ ବିଭିନ୍ନ ପୂଜା ପର୍ବାଣୀର ମଜା ଫିକା ପଡିଯାଏ । ତେବେ ବର୍ତ୍ତମାନ ଏମିିତି ଏକ ସୁବିଧା ଆସିଛି ଯେଉଁଥିରେ ଆପଣଙ୍କ ଆକାଉଣ୍ଟରେ ପଇସା ନଥିଲେ ମଧ୍ୟ ଆପଣ ଖର୍ଚ୍ଚ କରିପାରିବେ । ବେତନ ଉପରେ ନିର୍ଭର କରୁଥିଲେ ଯଦି ଗୋଟିଏ ମାସରେ ଏକାଧିକ ପର୍ବ ପଡିଯାଏ ତେବେ ଏହା ପକେଟକୁ ବେଶ ବାଧିଥାଏ । ଏପରିକି ସମୟ ସମୟରେ ପକେଟରେ ପଇସା ନଥିଲେ ମଧ୍ୟ ଆପଣ ବ୍ୟାଙ୍କରୁ ପଇସା ଉଠାଇ ଖର୍ଚ୍ଚ କରି ପାରିବେ । ଏହାକୁ ସାଲାରୀ ଓଭରଡ୍ରାଫ୍ଟ ବୋଲି କୁହାଯାଏ । ଏହା ଏକ ପ୍ରକାରର ଲୋନ୍ ଯାହା ବ୍ୟାଙ୍କ ତରଫରୁ ଆପଣଙ୍କୁ ତୁରନ୍ତ ପ୍ରଦାନ କରାଯାଇଥାଏ । ଏହା ଉପରେ ମଧ୍ୟ ଆପଣଙ୍କୁ ସୁଧ ଦେବାକୁ ପଡିଥାଏ । ଯଦି ଆପଣ ନିଜ କମ୍ପାନୀରୁ ବେତନ ପାଉଛନ୍ତି ତାହେଲେ ଆପଣ ଏହି ସୁବିଧାର ଫାଇଦା ଉଠାଇ ପାରିବେ ।

ଯଦି ପ୍ରତିମାସରେ ଆପଣଙ୍କ ବ୍ୟାଙ୍କ ଖାତାକୁ ଦରମା ଆସୁଛି ତେବେ ଆପଣ ଏହି ସୁବିଧା ପାଇଁ ଯୋଗ୍ୟ କି ନାହିଁ ତାହା ଚେକ୍ କରି ପାରିବେ । ବ୍ୟାଙ୍କ କଷ୍ଟମର କେୟାରକୁ ଫୋନ କରି ଆପଣ ଏହା ଚେକ୍ କରି ପାରିବେ । ଆପଣ ଯଦି ଏହା ସେବା ପାଇଁ ଯୋଗ୍ୟ ଥିବେ ଯେ କୌଣସି ଆବଶ୍ୟକ ସମୟରେ ଆପଣ ପଇସା ଉଠାଇ ପାରିବେ । ଏହା ଏକ ପ୍ରକାରର କ୍ରେଡିଟ କାର୍ଡ, ଆବଶ୍ୟକ ସମୟରେ ଆକାଉଣ୍ଟ ଥିଲେ ଆପଣ ଜିରୋ ବାଲାନ୍ସରେ ମଧ୍ୟ ପଇସା ଉଠାଇ ପାରିବେ ।

Get real time updates directly on you device, subscribe now.