fbpx

Doctors’ Day: ଫୋନରେ ଯୁକ୍ତିତର୍କ ପରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଡାକ୍ତର ଦମ୍ପତି

ପୁଣେ: ସାରାଦେଶ ଜାତୀୟ ଡାକ୍ତର ଦିବସ ପାଳନ କରୁଥିବା ବେଳେ ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେରୁ ସୂଚନା ଯେ, ୱାନବାଡୀ ଆଜାଦ୍ ନଗର ଅଞ୍ଚଳରେ ରହୁଥିବା ଏକ ଡାକ୍ତର ଦମ୍ପତି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ସେମାନଙ୍କ ନାଁ ହେଉଛି ନିଖିଲ ଶେଣ୍ଡକର୍ ଏବଂ ଅଙ୍କିତା ଶେଣ୍ଡକର୍ । ତେବେ ଦୁହେଁ ମଡେସିନ୍ କ୍ଷେତ୍ରରେ ଡାକ୍ତରୀ କରିଥିଲେ ।

ତେବେ ଦୁହିଁଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ ଅଙ୍କିତାଙ୍କ ସହିତ ନିଖିଲଙ୍କର କୌଣସି କାରଣକୁ ନେଇ ଖୁବ୍ ଜୋରରେ ଝଗଡା ହୋଇଥିଲା । ଝଗଡା ଏତେ ଜୋରରେ ହୋଇଥିଲା ଯେ, ରାଗିଯାଇ ଦୁହେଁ ଦୁହିଁଙ୍କ ଫୋନ୍ କାଟି ଦେଇଥିଲେ । କିଛି ସମୟପରେ ନିଖିଲ ଯେତେବେଳେ ଘରକୁ ଫେରିଥିଲେ ସେ ଦେଖିଥିଲେ ଯେ, ଅଙ୍କିତା ଭିତର ପଟରୁ କବାଟ କିଳି ଦେଇଛନ୍ତି । ନିଖିଲ ଯେତେଥର ବାଡ଼େଇବା ପରେ ବି କବାଟ ନ ଖୋଲିବାରୁ ସେ ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରକୁ ପଶିଯାଇଥିଲେ ।

ଆଉ ଭିତରକୁ ଯାଇ ଦେଖିବା ବେଳକୁ ଅଙ୍କିତା ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଦେଇଛନ୍ତି । ଏହାପରେ ସେ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚିବା ପରେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ । ଏହାପରେ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୋଷ୍ଟମଟମ ରିପୋର୍ଟରେ କୁହାଯାଇଛି ଯେ, ଗଳା ଚିପି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଅଙ୍କିତାଙ୍କ ମୃତ୍ୟୁ ପରେ ସ୍ୱାମୀ ନିଖିଲ ମଧ୍ୟ ପତ୍ନୀଙ୍କ ବିୟୋଗ ସମ୍ଭାଳି ନପାରି ଆତ୍ମହତ୍ୟା କରିଥିଲେ । ହେଲେ ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ, ଦୁହିଁଙ୍କ ଭିତରେ ପରି କେଉଁ କାରଣକୁ ନେଇ ଝଗଡା ହୋଇଥିଲା ଯେଉଁଥିପାଇଁ ସେମାନେ ଦୁହେଁ ଆତ୍ମହତ୍ୟା କରିବା ଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନେଇଥିଲେ । ପୁଲିସ୍ ଏହି ମାମଲାର ଯାଞ୍ଚ ଜାରି ରଖିଛି ।

Get real time updates directly on you device, subscribe now.