fbpx

ପ୍ରସବ ସମୟରେ ଡାକ୍ତର କାଟିଦେଲେ ନବଜାତ ଶିଶୁର ମୁଣ୍ଡ

ଖଗଡିଆ,୧୩ ।୧: ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ୨ ଅମୂଲ୍ୟ ଜୀବନ । ବିହାରର ଖଗଡିଆ ଜିଲ୍ଲା ସ୍ଥିତ ମହେଶଖୁଣ୍ଟ ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ବେସରକାରୀ କ୍ଳିନିକରେ ଅବହେଳା ଯୋଗୁଁ ଉଭୟ ମା ଓ ଶିଶୁର ମୃତ୍ୟୁ ହୋଇଛି । ଗର୍ଭବତୀ ମହିଳା ସଞ୍ଜୁ ଦେବୀଙ୍କୁ ପ୍ରସବ ସମୟରେ ଅପରେସନ କରିବାକୁ ପଡିଥିଲା । କିନ୍ତୁ ଅପରେସନ ସମୟରେ ଡାକ୍ତର ନବଜାତ ଶିଶୁଟିର ମୁଣ୍ଡ କାଟି ଦେଇଥିଲେ, ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ପ୍ରସୂତି ମହିଳାଙ୍କର ମଧ୍ୟ କିଛି ସମୟରେ ପରେ ମୃତ୍ୟୁ ହୋଇଥିଲା । ଏହି ଘଟଣା ଘଟିବା ପରେ ପରିବାର ଲୋକେ ଡାକ୍ତରଖାନା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହେଶଖୁଣ୍ଟ ଏନଏଚ-୧୦୭କୁ ଅବରୋଧ କରିଥିଲେ ।

ଘଟଣା ପରେ ଗୋଗରୀ ଏସଡିଓ ସୁଭାଷ ଚନ୍ଦ୍ର ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ଓ ଆନ୍ଦୋଳନ ଶେଷ କରିଥିଲେ । ପୋଲିସର କହିବା ମୁତାବକ, ଏହି ଘଟଣା ପରେ ଅଭିଯୋଗକୁ ଭିତ୍ତି କରି କ୍ଲିନିକ ସିଲ୍ କରାଯାଇଛି । ଏହା ସହ କ୍ଲିନିକର ସଂଚାଳକ ସମେତ ଅଧା କର୍ମଚାରୀଙ୍କ ଉପରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.