fbpx

ଏସିଏଫ୍ ମୃତ୍ୟୁ ଘଟଣା: ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଚାଲିଛି ମାରାଥନ୍ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଚର୍ଚ୍ଚା ମାସେ ପରେ ବି ଜାରି ରହିଛି । ତେବେ ଇତିମଧ୍ୟରେ ଏହି ଘଟଣାର ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଆଜି ପଞ୍ଚମ ଦିନରେ ଆକ୍ସନ ମୋଡ଼ରେ ରହିଛି । ଆଜି ତିନିଜଣ ଡାକ୍ତରଙ୍କୁ ଜେରା କରାଯାଉଛି । ସୌମ୍ୟଙ୍କ ଚିକିତ୍ସା କରିଥିବା ଡାକ୍ତର ଅଭିଳାଷ ପଣ୍ଡା, କେ. ବେହେରା ଓ ପ୍ରମୋଦ କୁମାର ପଣ୍ଡାଙ୍କୁ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।

ତେବେ ଗତକାଲି କ୍ରାଇମବ୍ରାଞ୍ଚ ଆମ୍ବୁଲାନ୍ସ ଡ୍ରାଇଭର, ବନ କର୍ମଚାରୀ, ଜଗୁଆଳୀଙ୍କୁ ଜେରା କରିଥିଲା । ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି । ଘଟଣା ବିଷୟରେ ସେମାନେ କ’ଣ ଜାଣିଛନ୍ତି, କିପରି ଏ ବିଷୟରେ ଜାଣିଲେ ଏନେଇ ପଚରାଯାଇଥିଲା ଅନେକ ପ୍ରଶ୍ନ । ତେବେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କୁ ଜେରା ସରିଥିବା ଆଜି ପୁଣି ଜେରା ଜାରି ରହିଛି । ପୂର୍ବରୁ ପୋଲିସର ତଦନ୍ତ ଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର । ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜାଣିଶୁଣି ଘଣ୍ଟା ଘୋଡ଼ାଇ ଘଟଣାକୁ ଚାପି ଦେଉଥିବା ପରିବାରବର୍ଗଙ୍କ ହୃଦବୋଧ ହୋଇଥିଲା । ତେଣୁ ସୌମ୍ୟଙ୍କ ପରିବାର ବର୍ଗ ଡିଜିପି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ।

Get real time updates directly on you device, subscribe now.