କୁକୁର ପାଟିର ଶିକାର ହେଲା ଶକ୍ତିଶାଳୀ କୁମ୍ଭୀର, ଭିଡ଼ିଓ ଭାଇରାଲ
ଶକ୍ତିଶାଳୀ କୁମ୍ଭୀରକୁ ପାଣିରୁ ଟାଣିଆଣି ନିଜ ଶିକାର କଲା ସାମାନ୍ୟ କୁକୁର।
ନୂଆଦିଲ୍ଲୀ: ଆପଣମାନେ ଏମିତି ବୋହୁତ କମ୍ ଦୃଶ୍ୟ ଦେଖିଥିବେ, ଯେଉଁଠାରେ ସବଳ ଉପରେ ଦୁର୍ବଳ ଭାରି ପଡିଥିବ। ଆଉ ଯେଉଁଠି କୁମ୍ଭୀରର କଥା ଆସେ ସେଠି ତ ଦେହର ଲୋମମୂଳ ଟାଙ୍କୁରି ଉଠେ। କାରଣ ଯଦି ଆପଣ କୁମ୍ଭୀର ହାବୁଡ଼ରେ ପଡିଗଲେ, ତାହାଲେ ବଞ୍ଚିବା କଷ୍ଟକର।
ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣଙ୍କ ମନରେ ବି ସାହାସ ଆସିବ। ଆଉ ଆପଣ ବି କେବେହେଲେ ନିଜକୁ ଦୁର୍ବଳ ବୋଲି ଭାବିବେନି। କାରଣ ଏଠି ଏକ କୁମ୍ଭୀରକୁ ନିଜର ଶିକାର ବନେଇଛି ଏକ ସାମାନ୍ୟ ବୁଲା କୁକୁର।
ସବଳ ଉପରେ ଦୁର୍ବଳର ରାଜ: ହଁ ଯେତେବେଳେ ଜଳଚରଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ପ୍ରାଣୀ ବିଷୟରେ ଆଲୋଚନା ହୁଏ, ସେତେବେଳେ ପ୍ରଥମେ କୁମ୍ଭୀରର ନାଁ ସାମ୍ନାକୁ ଆସେ। ଆଉ କୁମ୍ଭୀର ହାବୁଡରେ ଥରେ ପଡିଲେ ଜୀବନ ଫେରି ପାଇବାର ଆଶା ମୋଉଳି ଯାଏ।
ଆଉ ଏହି କୁମ୍ଭୀର ଏତେ ଶକ୍ତିଶାଳୀ ଯେ, ଜଙ୍ଗଲର ରାଜା ସିଂହ, ଯିଏକି ସବୁ ପଶୁ ପକ୍ଷୀଙ୍କୁ ନିଜ ଶିକାର କରେ, ସେହିଭଳି ବଳିୟାନ ସିଂହକୁ ମଧ୍ୟ ମାତ୍ ଦେଇଦିଏ କୁମ୍ଭୀର। ହେଲେ ଭାଇରାଲ ଭିଡ଼ିଓ ଅନୁସାରେ, ସାମାନ୍ୟ କୁକୁର ପାଖରୁ ହାର ମାନିଯାଇଛି ଶକ୍ତିଶାଳୀ କୁମ୍ଭୀର। ଆଉ ପ୍ରାଣ ହରାଇଛି।
କୁକୁରର ପରାକ୍ରମ: ତେବେ ଭାଇରାଲ ଭିଡ଼ିଓଟି its_u_raj_u_raj_pccd_sln ନାମକ ଏକ ଇନଷ୍ଟା ଆକାଉଣ୍ଟରୁ ସେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି କି, ପାଣି ଭିତରେ ଏକ କୁମ୍ଭୀର ଅଛି।
ହେଲେ କୌଣସି କାରଣ ପାଇଁ ଉପରେ ଥିବା କୁକୁରଟି ରାଗି ଯାଇଛି। ଏବଂ ନିଜେ କୁମ୍ଭୀର ପାଟିର ଶିକାର ହେବା ପୂର୍ବରୁ କୁମ୍ଭୀରକୁ ନିଜ ଶିକାର ବନେଇଦେଇଛି। ଆଉ କଳେ ବଳେ କୌଶଳେ କୁମ୍ଭୀରକୁ ନିଜ ପାଟିରେ କାମୁଡ଼ି ପାଣିରୁ ବାହାରକୁ ନେଇ ଆସିଛି।
କୁମ୍ଭୀରଟି ମଧ୍ୟ ଅନେକ ଚେଷ୍ଟା କରୁଛି କୁକୁର ପାଟିରୁ ନିଜକୁ ରକ୍ଷା କରିବା ପାଇଁ। ହେଲେ କୁକୁରର ଏକା ଜିଦ୍ ସେ ଆଜି ହାର ମାନିବନି। ଯାହା ବି ହେଇଯାଉ କୁମ୍ଭୀରକୁ ଶିକାର କରି ରହିବ। ଶେଷରେ ସେଇଆ ହେଲା କୁମ୍ଭୀର ହାର ମାନିଲା ଆଉ କୁକୁର ଜିତିଲା।
ଆଉ ଏହି ଭିଡ଼ିଓ ସେୟାର ହେବାର କିଛି ସମୟ ପରେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓ ଦେଖି କିଛି ୟୁଜର ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ପ୍ରଥମ ଥର ପାଇଁ ଏକ କୁକୁରକୁ ଏତେ ଭୟଙ୍କର ହେବାର ଦେଖିଲି।
ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ସେପରି କହି ହେବନି, କେତେବେଳେ କିଛି ବି ହୋଇପାରେ। ଭିଡିଓ ଦେଖିବା ପରେ ଆଉ ଜଣେ ଲେଖିଛନ୍ତି,ଏହି କୁମ୍ଭୀରଟି ଅତି ଛୋଟ ଥିଲା। ତେଣୁ କୁକୁର ପାଖରୁ ହାରିଗଲା। ଆଉ ଯଦି ଏହା ଏକ ବଡ଼ କୁମ୍ଭୀର ହୋଇଥାନ୍ତା, ତାହାଲେ କୁକୁରକୁ ନିଜର ଶିକାର କରିଦେଇଥାନ୍ତା।