ଆଶ୍ଚର୍ଯ୍ୟ! ଦିନେ ନୁହେଁ କି ଦୁଇ ଦିନ ନୁହେଁ, ପୂରା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବାକ୍ସରେ ଫସିଯାଇଥିଲା କୁକୁରର ବେକ, ଏବେ କରାଗଲା ବାହାର

ନୂଆଦିଲ୍ଲୀ: ବେଳେ ବେଳେ କିଛି ଏପରି ଆଶ୍ଚର୍ଯ୍ୟ ଜନିତ ମାମଲା ସାମ୍ନାକୁ ଆସିଥାଏ, ଯାହାକି ବିଶ୍ୱାସ କରି ହୁଏନାହିଁ । ଏପରି ଏକ ମାମଲା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଆପଣ ଅନେକ ଥର ଦେଖିଥିବେ ଯେ, ବିଲେଇ ବା ଅନ୍ୟ ଛୋଟ ପଶୁଙ୍କ ମୁହଁ କୌଣସି ଗରା କିମ୍ବା ସରୁ ମୁହଁ ଯୁକ୍ତ ବାସନରେ ଫସିଯାଇଥାଏ । ହେଲେ ଆପଣ କେବେ ଦେଖିଛନ୍ତି କି କୌଣସି ଏକ କୁକୁରର ମୁହଁ କୌଣସି ଏକ ଜିନିଷରେ ଫସିଯିବା । ବର୍ତ୍ତମାନ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଏକ କୁକୁରର ମୁହଁ ଏକ ବର୍ଷ ପାଇଁ ବାକ୍ସରେ ଫସିଯାଇଥିଲା ।

ସୂଚନା ଅନୁଯାୟୀ କୁକୁରର ନାମ ବେୟର। ସିଟି ଅଫ୍ ମୋବାଇଲ୍ ଆନିମଲ୍ ସର୍ଭିସେସ୍ ଅଧିକାରୀ କହିଛନ୍ତି ଯେ କୁକୁରଟି ଅନେକ ମାସ ଧରି ଗଲ୍ଫ୍ କୋଷ୍ଟରେ ବୁଲାବୁଲି କରୁଥିବା ଦେଖାଯାଇଥିଲା, ଗୋଟିଏ ବାକ୍ସ ତାଙ୍କ ମୁଣ୍ଡରେ ଲାଗିଥିଲା, କିନ୍ତୁ ଗତ ଫେବୃଆରୀରେ ଏକ ଉଦ୍ଧାରକାରୀ ଦଳ ତାଙ୍କ ମୁଣ୍ଡରୁ ବାକ୍ସ ବାହାର କରିବାରେ ସକ୍ଷମ ହୋଇଛନ୍ତି। ଏହି ବାକ୍ସଟି ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମୁଣ୍ଡରେ ଲାଗିଥିଲା। ଯେହେତୁ ବାକ୍ସଟି ବଡ ଥିଲା ଏବଂ ଏହାର ଗଠନ ଏପରି ଥିଲା ଯେ ଏହାକୁ କୁକୁର ମୁଣ୍ଡରୁ କେହି ବାହାର କରି ପାରିବେ ନାହିଁ। ଏ ବାବଦରେ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ ପ୍ରତ୍ୟେକ ଥର ସମସ୍ତେ ବିଫଳ ହୋଇଥିଲେ।

ତେବେ କୁକୁରର ମୁଣ୍ଡରୁ ବାକ୍ସ କାଢ଼ିବା ପାଇଁ ଉଭୟ ସିଟି ଅଫ୍ ମୋବାଇଲ୍ ଆନିମଲ୍ ସର୍ଭିସେସ୍ ଏବଂ ମୋବାଇଲ୍ କାଉଣ୍ଟି ପ୍ରାଣୀ ଆଶ୍ରୟସ୍ଥଳର ଟିମ ମିଳିତ ଭାବେ କାର୍ଯ୍ୟ କରିଥିଲେ। କୁହାଯାଉଛି ଯେ ମାର୍ଟିନ ମିଲର ନାମକ ଜଣେ ବ୍ୟକ୍ତି ଏହି କୁକୁରକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାର୍ଟିନ ସେହି ସମାନ ଟିମର ଅଂଶ ଯାହାକି କୁକୁରର ମୁଣ୍ଡରୁ ବାକ୍ସ କାଢ଼ିବାରେ ସାହାଯ୍ୟ କରିଥିଲା। ମାର୍ଟିନ ଏହାର ନାମ ମଧ୍ୟ ଦେଇଛନ୍ତି।

ତେବେ କୁକୁରର ମୁଣ୍ଡରୁ ବାକ୍ସ କାଢ଼ିବା ଏତେ ସହଜ କାମ ନୁହେଁ, କାରଣ ସେ କାହା ଉପରେ ଆକ୍ରମଣ କରିପାରନ୍ତି। ତେଣୁ ପ୍ରଥମେ ତାଙ୍କୁ ନିୟନ୍ତ୍ରଣ କରାଯାଇଥିଲା ଏବଂ ପରେ ବାକ୍ସକୁ ସୁରକ୍ଷିତ ଭାବରେ କଢ଼ାଯାଇଥିଲା। କୁକୁରମାନେ ଶାନ୍ତ ଆଚରଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବୋଲି ଉଦ୍ଧାରକାରୀମାନେ ଦାବି କରିଛନ୍ତି।

Get real time updates directly on you device, subscribe now.