ଭାରତକୁ ପୁଣି ଏକ ବଡ଼ ଝଟକା ଦେଲେ ଡୋନାଲ୍ଡ ଟ୍ରମ୍ପ! ବଢ଼ିପାରେ ତୈଳ ଦର, ଜାଣନ୍ତୁ ଶୁଳ୍କ ସମ୍ପର୍କରେ କ’ଣ କଲେ ନୂଆ ଘୋଷଣା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ମାର୍ଚ୍ଚ ୨୪ରେ ଘୋଷଣା କରିଛନ୍ତି ଯେ, ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ ଉପରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ । ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ବୃଦ୍ଧି ପାଉଥିବା ରାଜନୈତିକ ଏବଂ ଅର୍ଥନୈତିକ ଉତ୍ତେଜନା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।

ଟ୍ରମ୍ପ ତାଙ୍କ ଟୁଥ୍ ସୋସିଆଲ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଭେନେଜୁଏଲା ଆମେରିକା ଏବଂ ଆମେ ସମର୍ଥନ କରୁଥିବା ସ୍ୱାଧୀନତା ପ୍ରତି ଅତ୍ୟନ୍ତ ଶତ୍ରୁତାପୂର୍ଣ୍ଣ, ତେଣୁ ଯେକୌଣସି ଦେଶ ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବାରୁ ତାକୁ ଆମେରିକା ସହିତ ବାଣିଜ୍ୟ ଉପରେ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡିବ ।

ଭାରତ କ’ଣ ଭେନେଜୁଏଲାରୁ ତେଲ କିଣୁଛି?
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଗ୍ରାହକ ଏବଂ ଭେନେଜୁଏଲାରୁ ଅଶୋଧିତ ତୈଳ ଆମଦାନୀ କରେ ।
ଭେନେଜୁଏଲାରୁ ଭାରତର ତୈଳ ଆମଦାନୀ ପରିସଂଖ୍ୟାନ (୨୦୨୩-୨୪):
ଡିସେମ୍ବର ୨୦୨୩: ଭାରତ ପ୍ରତିଦିନ ୧୯୧,୬୦୦ ବ୍ୟାରେଲ (ବିପିଡି) ତେଲ କିଣୁଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: ୧୨୭,୦୦୦ ବିପିଡି
ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି): ୩୭,୦୦୦ ବିପିଡି
ଏଚପିସିଏଲ-ମିତ୍ତଲ ଶକ୍ତି: ୨୮,୦୦୦ ବିପିଡି

ଜାନୁଆରୀ ୨୦୨୪: ଭାରତର ଆମଦାନୀ ବଢ଼ି ୨୫୪,୦୦୦ ବିପିଡି ହୋଇଗଲା, ଯାହା ଭେନେଜୁଏଲାର ମୋଟ ତୈଳ ରପ୍ତାନିର ୫୦ ପ୍ରତିଶତ ।
ଯଦି ଭାରତ ଭେନେଜୁଏଲାରୁ ତେଲ କିଣିବା ଜାରି ରଖେ, ତେବେ ଆମେରିକା ସହିତ ବାଣିଜ୍ୟ ଉପରେ ଏହାକୁ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିପାରେ ।