ଟ୍ରମ୍ପ ଏବଂ ମସ୍କଙ୍କ ପାଇଁ ୧୦ ହଜାର ଲୋକେ ହୋଇଗଲେ ବେରୋଜଗାର, ଜାଣନ୍ତୁ କାରଣ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଶିଳ୍ପପତି ଏଲନ ମସ୍କ ବଡ଼ ଆକ୍ସନ ନେଇଛନ୍ତି। ଏଥିରେ ୧୦ ହଜାର ସରକାରୀ କର୍ମଚାରୀଙ୍କର ଚାଲିଗଲା ଚାକିରି।

ନୂଆଦିଲ୍ଲୀ: ଆମେରିକାରେ ଶାସନ ସମ୍ଭାଳିବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ଅନେକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖସ୍ତ କରିଛନ୍ତି ଏବଂ ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାରି ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଶିଳ୍ପତି ଏଲନ ମସ୍କ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆମେରିକାରେ ୧୦ ହଜାର ଲୋକଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଏଥିସହ ରିପୋର୍ଟ ମୁତାବକ, ଏହି ସମସ୍ତ ବେରୋଜଗାର ହୋଇଥିବା ଲୋକେ ୨ ବର୍ଷରୁ କମ ସମୟ ଚାକିରିରେ ନିୟୋଜିତ ହୋଇଥିଲେ।

ଆମେରିକାରେ ୨୩ ଲକ୍ଷ ଫେଡେରାଲ କର୍ମଚାରୀମାନଙ୍କ ସଂଖ୍ୟାକୁ କମ କରିବା ଲାଗି ଏହି ବଡ଼ ପଦକ୍ଷେପ ଉଠାଯାଇଛି। ଗୁରୁବାର ଏବଂ ଶୁକ୍ରବାର ଦିନ ୯ ହଜାର ୫୦୦ ଲୋକଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ହାରାହାରି ୭୫ ହଜାର କର୍ମଚାରୀମାନେ ନୂଆ ପ୍ରଶାସନ ଅନୁଯାୟୀ, ବାୟଆଉଟ ସ୍ୱୀକାର କରିନେଇଛନ୍ତି।