fbpx

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଆକ୍ରମଣ ହେବା ନେଇ ଏଲନ ମସ୍କ ଟ୍ୱିଟ କଲେ ଏହି କଥା, ସୋସିଆଲ ମିଡିଆରେ ହଇଚଇ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିଚାଳନା ହେବାକୁ ନେଇ ଏଲନ ମସ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘କମଲା ହାରିସ ଏବଂ ଜୋ ବାଇଡେନଙ୍କୁ ହତ୍ୟା କରିବାକୁ କେହି ଜଣେ ବି ଚେଷ୍ଟା କରୁନାହାଁନ୍ତି।’ ଏଲନ ମସ୍କ ଏହି ଟ୍ୱିଟ କରିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏନେଇ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଭିନ୍ନ-ଭିନ୍ନ ଟିପ୍ପଣି ସାମ୍ନାକୁ ଆସୁଛି, କିଏ ମସ୍କଙ୍କୁ ପ୍ରଶ୍ନ କରୁଛି ତ କିଏ ସମର୍ଥନ କରୁଛି।

ଏଲନ ମସ୍କଙ୍କ ଟ୍ୱିଟ ପରେ ଜଣେ ୟୁଜର ପ୍ରଶ୍ନ କରିଛି ଯେ, ଟ୍ରମ୍ପଙ୍କୁ କାହିଁକି ମାରିବାକୁ ଚାହୁଁଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର ଏଲନ ମସ୍କଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ଆପଣଙ୍କର କଣ ବିଗିଡିଯାଇଛି, କୌଣସି ପୋଷ୍ଟ କରିବା ପୂର୍ବରୁ କିଛି ଭାବନ୍ତି ନା ନାହିଁ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି କିଏ କାହକୁ ମାରିବାକୁ ଚେଷ୍ଟା କରୁନାହାନ୍ତି।

ଡୋନାଲ୍ଡ ଟ୍ରମ୍ପ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଏହି ଘଟଣା ପରେ କୌଣସି ଗୁଜବ ସୃଷ୍ଟି ହେବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେଉଛି ଯେ, ମୁଁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ସୁସ୍ଥ ଅଛି। ଏହି ମାମଲାରେ ହ୍ୱାଇଟ ହାଉସ କହିଛନ୍ତି ଯେ, ଟ୍ରମ୍ପଙ୍କ ଆଖପାଖରେ ହୋଇଥିବା ଗୁଳିକାଣ୍ଡ ଘଟଣା ବିଷୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପ ରାଷ୍ଟ୍ରପତି କମଲା ହାରିସଙ୍କୁ ସୂଚନା ଦିଆଯାଇଛି। ଟ୍ରମ୍ପଙ୍କ ସୁରକ୍ଷିତ ଖବର ପାଇଁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଛନ୍ତି। ସେହିପରି କମଲା ହାରିସ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ।

Get real time updates directly on you device, subscribe now.