ଆପେ ଆପେ ବାହାରିଯାଅ… ନଚେତ୍ ଆମେ ବିଦା କରିଦେବୁ; ଜୀବନଯାକ ଆମେରିକା ଆସିପାରିବ ନାହିଁ
ପ୍ରବାସୀଙ୍କୁ ଧମକାଉଛନ୍ତି ଟ୍ରମ୍ପ । ସ୍ୱତନ୍ତ୍ର ଆପ୍ କଲେ ଲଞ୍ଚ ।
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିବିପି ହୋମ୍ ଆପ୍ ଲଞ୍ଚ କରିଛନ୍ତି । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରମ୍ପ ପ୍ରବାସୀଙ୍କୁ ଧମକ ଦେବା ଭୁଲି ନାହାନ୍ତି ।
ଧମକ ଦେଇ ଟ୍ରମ୍ପ କହିଛନ୍ତି, ଯେଉଁଲୋକମାନେ ଏହି ବିକଳ୍ପର ଉପଯୋଗ ନ କରି ସ୍ୱଦେଶକୁ ଫେରିନାହାନ୍ତି; ସେମାନଙ୍କୁ ଜବରଦସ୍ତ ଦେଶରୁ ବାହାର କରିଦିଆଯିବ । ଆଉ ସେମାନଙ୍କୁ ଭବିଷ୍ୟତରେ କେବେ ଆମେରିକା ଆସିବାକୁ ଦିଆଯିବ ନାହିଁ ।
ଯେଉଁମାନେ ବିକଳ୍ପ ପନ୍ଥା ଆପଣାଇ ଦେଶ ଛାଡ଼ୁଛନ୍ତି; ଆଗାମୀ ଭବିଷ୍ୟତରେ ସେମାନଙ୍କ ପାଇଁ ଆମେରିକା ଆସିବାରେ କୌଣସି ବାଧା ରହିବ ନାହିଁ, ଏହା ଥିଲା ଟ୍ରମ୍ପଙ୍କ ଚେନତାବନୀର ଅର୍ଥ ।
ବାଇଡେନ୍ ପ୍ରଶାସନ ସିବିପି ଆପ୍ ଜରିଆରେ ୧୦ ଲକ୍ଷରୁ ଅଧିକ ଅବୈଦ୍ଧ ପ୍ରବାସୀଙ୍କୁ ଆମେରିକା ଆସିବାକୁ ଅନୁମତି ଦେଇଥିଲେ । ଏହି ଆପର ଉପଯୋଗକରି ମୋ ପ୍ରଶାସନ ସେହି ପ୍ରବାସୀଙ୍କୁ ଦେଶରୁ ବାହାର କରିବ ବୋଲି ଟ୍ରମ୍ପ କହିଛନ୍ତି ।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ଶତାଧିକ ପ୍ରବାସୀଙ୍କୁ ଦେଶରୁ ବାହାର କରିବା ପରେ ଟ୍ରମ୍ପ ପୁଣିଥରେ ପ୍ରବାସୀଙ୍କୁ ଟାର୍ଗେଟ୍ କରିଛନ୍ତି । କିନ୍ତୁ ସେମାନଙ୍କ ପରିଚୟ ଓ ପ୍ରମାଣ ଦେବାଲାଗି ଟ୍ରମ୍ପ ଇଚ୍ଛା ପ୍ରକଟ କରୁନାହାନ୍ତି । ଟ୍ରମ୍ପଙ୍କ ଏ ନିଷ୍ପତ୍ତି ନାରଗିରକ ସ୍ୱଧିନତା ଉପରେ ପ୍ରହାର କରୁଛି ।