ଏହା ଏକ ଲଜ୍ଜା, ଏ ସଂଘର୍ଷ ତୁରନ୍ତ ସରିବା ଆବଶ୍ୟକ କହିଲେ ଟ୍ରମ୍ପ

ବିବାଦ ରୋକିବାକୁ ଟ୍ରମ୍ପଙ୍କ ପରାମର୍ଶ । ସ୍ଥିତି ଉପରେ ନଜର ରଖିଛି ଆମେରିକୀୟ ସୁରକ୍ଷା ସଂସ୍ଥା ।

ୱାଶିଂଟନ୍: ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ସିନ୍ଦୁରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏକ ଲଜ୍ଜା ।

ପାକିସ୍ତାନ ଓ ଭରାରତ ଉଭୟଙ୍କ ମଧ୍ୟରେ ସଂଘର୍ଷ କମ କରିବାର ଆବଶ୍ୟକତା ରହିଛି । ହଭାଲରେ ଥିବା ସମୟରେ ଟ୍ରମ୍ପ ଭାରତର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ଜାଣିବାକୁ ପାଇଥିବା କହିଛନ୍ତି ।

ସେମାନେ ବହୁ ବର୍ଷ ଧରି ଲଢ଼େଇ କରୁଛନ୍ତି । ଏୟାର ଷ୍ଟ୍ରାଇକ୍ ନେଇ ଟ୍ରମ୍ପ ବେଶି କିଛି ପ୍ରତିକ୍ରିୟା ନ ଦେଇ କହିଥିଲେ, ଏହା ଶୀଘ୍ର ସମାପ୍ତ ହେବା ଆବଶ୍ୟକ । ମୁଁ ଜାଣିଥିଲି ପହଲଗାମ ହମଲାର ପ୍ରତିଶୋଧ ନେବ ଭାରତ ।

ଏ ସମ୍ପର୍କରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜଜିତ ଡୋଭାଲ ଆମେରିକା ଏନଏସଏ ଏବଂ ସିକ୍ୟୁରିଟି ଅଫ୍ ଷ୍ଟେଟ୍ ମାର୍କୋ ରିବିଓଙ୍କ ସହ ଆଲୋଚନା କରିଛନ୍ତି । ଏୟାରଷ୍ଟ୍ରାଇକ ପରେ ଉଭୟ ଦେଶର ସ୍ଥିତି ଉପରେ ସେ ନଜର ରଖିଥିବା କହିଛନ୍ତି ।

ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ ପରେ ଭାରତ ପକ୍ଷରୁ ଏହ÷ାର ଜବାବ୍ ଦିଆଯାଇଛି । ମଙ୍ଗଳବାର ବିଳମ୍ବିତ ରାତସିରେ ଭାରତର ୩ ସେନା ପର୍ଯ୍ୟରୁ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରି ଏହାର ୯ ଟି ଆତଙ୍କୀ ଅଡ୍ଡା ଉପରକୁ ଆକ୍ରମଣ କରାଯାଇଥିଲା ।