ମୋଦି-ପୁଟିନ-ଜିନପିଙ୍ଗଙ୍କ ସମ୍ପର୍କକୁ ସହି ପାରୁନି ଆମେରିକା, ମୋଦିଙ୍କ ନିଷ୍ପତ୍ତି ଟ୍ରମ୍ପଙ୍କୁ ବିଚଳିତ କରୁଛି!

ପୁଣି ବିଷ ଓଗାଳିଲେ ଟ୍ରମ୍ପଙ୍କ ଚେଲା ପିଟର ନାଭାରୋ।

ନୂଆଦିଲ୍ଲୀ: ପୁଣି ବିଷ ଓଗାଳିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେଲା।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ଏକତାକୁ ସହିପାରୁନାହାଁନ୍ତି। ସେଥିପାଇଁ ବିଚଳିତ ହୋଇ ଏଣୁତେଣୁ ମନ୍ତବ୍ୟ ଦେଉଛନ୍ତି। ଯାହା ପୁରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୀର୍ଷ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଭାରତ, ରୁଷ ଏବଂ ଚୀନର ନେତାମାନଙ୍କ ମଧ୍ୟରେ ଦେଖାଯାଉତିବା ଏକତାକୁ ସହିନପାରି ‘ବିଚଳିତକର’ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ବଦଲରେ ଆମେରିକା, ୟୁରୋପ ଏବଂ ୟୁକ୍ରେନର ସପକ୍ଷରେ ରହିବା ଉଚିତ୍।

ସୋମାବର ଦିନ ଚୀନର ତିଆନଜିନରେ SCO ସମ୍ମିଳନୀରେ ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦେଖାଯାଇଥିବା ବନ୍ଧୁତା ପରେ ଏପରି ମନ୍ତବ୍ୟ ଦେଇଛନ୍ତି ଟ୍ରମ୍ପଙ୍କ ଚେଲା।

ମୋଦିଙ୍କ ନିଷ୍ପତ୍ତି ବିଚଳିତ କରୁଛି: ନାଭାରୋ ହ୍ୱାଇଟ୍ ହାଉସରେ କହିଛନ୍ତି, “ଏହା ବହୁତ ବିଚଳିତକର। ଏହା ଲଜ୍ଜାଜନକ ମଧ୍ୟ ଯେ ବିଶ୍ୱର ଗଣତନ୍ତ୍ରର ନେତା ମୋଦି, ପୁଟିନ ଏବଂ ଜିନପିଙ୍ଗ ଭଳି ଦୁଇ ବଡ଼ ଏକଛତ୍ରବାଦୀ ନେତାଙ୍କ ସହ ସାଙ୍ଗ ହେଉଛନ୍ତି। ଯାହା ସତରେ ବୁଝିବା ବୋହୁତ କଷ୍ଟକର”।

ଆଉ ଟ୍ରମ୍ପଙ୍କ ଚେଲାଙ୍କର ଏହି ବକ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍ ଯୁଦ୍ଧ ଚାଲିଛି।  ଏବଂ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।  ଯାହା ବିଶ୍ୱରେ ସବୁଠାରୁ ଅଧିକ। ଭାରତ ମଧ୍ୟ ଏହି ଶୁଳ୍କଗୁଡ଼ିକୁ ଅନ୍ୟାୟ ବୋଲି କହିଛି।

ସହି ପାରୁନି ଆମେରିକା: ଯଦି ଦେଖିବା SCO ଶିଖର ସମ୍ମିଳନୀରେ ମୋଦି, ପୁଟିନ ଏବଂ ଜିନପିଙ୍ଗ ମଧ୍ୟରେ ଏକ ଭଲ ସମୟ ବିତାଯାଇଥିଲା। ତିନି ନେତା ହସି ହସି କଥା ହେଉଥିଲେ। ଆଉ ଯାହାକୁ ସହି ପାରୁନି ଆମେରିକା।

ତେଣୁ ଭାରତ ଏହି ଦୁଇ ଦେଶ ସହ ସମ୍ପର୍କ କାଟି ଆମେରିକା ସହ ମିଶିବାକୁ କହିଛନ୍ତି ଟ୍ରମ୍ପଙ୍କ ଶୀର୍ଷ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ। ଏପରିକି ରୁଷ ପାଖରୁ ତେଲ କିଣିବା ବନ୍ଦ କରିଦେବାକୁ ମଧ୍ୟ ସେ କହିଥିବା ଦେଖିବାକୁ ମିଳିଛି।