fbpx

Donate a pension: ଭାରତ ସରକାର ଆରମ୍ଭ କଲେ ନୂତନ ଯୋଜନା, ଏହାର ଫାଇଦା ଜଣାଇଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଦ୍ଵାରା ଏକ ନୂତନ ଯୋଜନା ‘ଡୋନେଟ୍ ଏ ପେନସନ’ ଆରମ୍ଭ କରାଯାଇଛି। ଏହି ଯୋଜନାର ଲାଭ କଣ ରହିଛି ତା ବିଷୟରେ ମଧ୍ୟ ସରକାର ସବିଶେଷ ସୂଚନା ଦେଇଛନ୍ତି। ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଯାଦବ ଏହି ଯୋଜନା ବିଷୟରେ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିଠୁ ଆଦର୍ଶ ସପ୍ତାହ ଆରମ୍ଭ ହେଉଛି, ଯାହା ଆଧାରରେ ‘ଡୋନେଟ୍ ପେନସନ’ ଯୋଜନା ଆରମ୍ଭ କରାଯାଇଛି।

ମନ୍ତ୍ରୀ କହିଛନ୍ତି, ଦେଶର ଅସଂଗଠିତ କ୍ଷେତ୍ରରେ ଯେଉଁ ଶ୍ରମିକ ଅଛନ୍ତି, ସେମାନଙ୍କ ପାଇଁ ଇ-ଶ୍ରମ ରେଜିଷ୍ଟ୍ରେନ ଆରମ୍ଭ କରାଯାଇଛି। ଏଥିରେ ୧୮ ରୁ ୪୦ ବୟସ ବର୍ଗର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପଞ୍ଜୀକରଣ କରାଯିବ। ଏହି ବର୍ଗର ଲୋକେ ବର୍ଷକୁ ୬୬୦ରୁ ୨୪୦୦ ଟଙ୍କା ପର୍ଯ୍ୟନ୍ତ ଜମା କରି ପାରିବେ। ୬୦ ବର୍ଷ ବୟସ ହେବା ପରେ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ପେନସନ ମିଳିବ।

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ଆମ ରାଜ୍ୟରେ ଅଙ୍ଗନଓ୍ଵାଡି କର୍ମୀ ଏବଂ ସହାୟକଙ୍କୁ ଉତ୍ତର ଭାରତର ରାଜ୍ୟଗୁଡିକ ମଧ୍ୟରୁ ଦ୍ଵିତୀୟ ସବୁଠୁ ଅଧିକ ବେତନ ଏବଂ ଅନ୍ୟାନ୍ୟ ସୁବିଧା ମିଳିଥାଏ। ଆଶା କର୍ମୀଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯାଉଛି। ଅସଂଗଠିତ କ୍ଷେତ୍ରର ଲୋକଙ୍କୁ ପେନସନ ମିଳିବ ସେହି ଦିଗରେ କାମ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.