fbpx

୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଶୁଭାରମ୍ଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ‘ଡୋନେଟ୍ ଫର୍ ଦେଶ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦଳର ଖାତାରେ ୧, ୩୮, ୦୦୦ ଟଙ୍କା ଅନଲାଇନ୍ ଟ୍ରାନ୍ସଫର କରି ପାଣ୍ଠି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଡିସେମ୍ବର ୧୮ରୁ ୨୮ ପର୍ଯ୍ୟନ୍ତ ଚାଲିବ । ‘ଡୋନେଟ୍ ଫର୍ ଦେଶ’ ଅଭିଯାନ ଅନ୍ତର୍ଗତ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଘର ଘର ବୁଲି ପାଣ୍ଠି ସଂଗ୍ରହ କରିବା ଲକ୍ଷ ରଖିଛନ୍ତି । ଆଗାମୀ ଲୋକସଭା ନିର୍ବାଚରେ ଏହି ପାଣ୍ଠି କାମରେ ଆସିବ । ଏହି ପାଣ୍ଠି ସଂଗ୍ରହ ପାଇଁ କଂଗ୍ରେସ ତରଫରୁ ୨ଟି ଅନଲାଇନ୍ ପ୍ଲାଟଫର୍ମର ସୁବିଧା କରାଯାଇଛି ଯଥା ସଦ୍ଭମ.ସଦ୍ଭ ଏବଂ ୟକ୍ଟଦ୍ଭବଗ୍ଧରସଦ୍ଭମ.ସଦ୍ଭ । ୱେବ୍ ପେଜର ହୋମ୍ ପେଜକୁ ଯାଇ ଦେଇଥିବା ଡିଟେଲ୍ସ ଗୁଡ଼ିକ ଫଲୋ କରି ପେମେଣ୍ଟ କରି ହେବ ।

ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପିର ବିପୁଳ ବିଜୟ ବିରୋଧୀ ଦଳ ନେତାମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି । ଏହି ଦୋ÷ଡ଼ରେ ବିରୋଧୀ ଦଳମାନେ ମଧ୍ୟ ପଛରେ ନାହାନ୍ତି । ଏଥର ଅନେକ ନୂଆ ଚେହେରାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛି । ମଧ୍ୟପ୍ରଦେଶରେ କଂଗ୍ରେସ ହାଇକମାଣ୍ଡ ତରଫରୁ କମଲନାଥଙ୍କ ସ୍ଥାନରେ ଜିତୁ ପଟଢ଼ୱାରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଛତିଶଗଡ଼ରେ ଦଳ ପକ୍ଷରୁ କଂଗ୍ରେସର ଭେଟେରାନ ନେତା ଚରଣ ଦାସ ମହନ୍ତକୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି । ତେବେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପଦରେ ଦୀପକ ବୈଜଙ୍କ ସ୍ଥିତି ମଜବୁତ ରହିଛି । ରାଜସ୍ଥାନରେ ବି ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟଳ ବଦଳେଇବାକୁ ପ୍ରୟାସ ଚାଲିଛି ।

Get real time updates directly on you device, subscribe now.