fbpx

ରାହୁଲ ଗାନ୍ଧୀଙ୍କୁ ପିକେଙ୍କ ଉପଦେଶ : ଏହି ଭ୍ରମରେ ରୁହନ୍ତୁ ନାହିଁ ଯେ, ମୋଦୀ ଶୀଘ୍ର କ୍ଷମତାରୁ ବାହାର ହୋଇଯିବେ

Advertisement

ନୂଆଦିଲ୍ଲୀ : ନିର୍ବାଚନୀ ରଣନୀତିକାର ତଥା ଇଣ୍ଡିଆନ ପଲିଟିକଲ ଆକ୍ସନ କମିଟିର ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ । ପ୍ରଶାନ୍ତ କିଶୋର କହିଛନ୍ତି, ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ଦଶନ୍ଧି ଧରି ରାଜନୀତିରେ ରାଜ କରିବ । ଯେଉଁଭଳି ୪୦ ବର୍ଷ ଧରି କଂଗ୍ରେସ କ୍ଷମତାର କେନ୍ଦ୍ରରେ ରହିଥିଲା, ଠିକ୍ ସେହି ପରି ବିଜେପି କ୍ଷମତାର କେନ୍ଦ୍ରରେ ରହିବ । ସେ ନିର୍ବାଚନ ହାରୁ କି ଜିତୁ । ଯିଏ ଥରୁଟିଏ କୌଣସି ଜାତୀୟ ନିର୍ବାଚନରେ ୩୦ ପ୍ରତିଶତ ଭୋଟ୍ ହାସଲ କରିନିଏ ତେବେ ସେହି ଦଳର ରାଜନୈତିକ ଛବି ସହଜରେ ହଟିନଥାଏ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ଏକ ଇଂରାଜୀ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ଭାରତୀୟ ରାଜନୀତିରେ ଦଶନ୍ଧି ଧରି କ୍ଷମତାର କେନ୍ଦ୍ରରେ ରହିବ । ରାହୁଲ ଗାନ୍ଧୀଙ୍କ ବିଷୟରେ ସେ କହିଛନ୍ତି, ରାହୁଲ ଯେମିତି ଭାବୁଛନ୍ତି, ତାହା ସେପରି ହେବ ନାହିଁ । ବୋଧହୁଏ ସେ ଭାବୁଛନ୍ତି ଯେ, ବାସ୍ ଆଉ କିଛି ସମୟ ପରେ ଲୋକେ ନରେନ୍ଦ୍ର ମୋଦୀଙ୍କ କ୍ଷମତାରୁ ହଟାଇ ଦେବେ । ମାତ୍ର ଏମିତି ହେବାର ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଆପଣ ମୋଦୀଙ୍କ ଶକ୍ତିର ଅନୁମାନ କରି ପାରିବେ ନାହିଁ, ସେ ପର୍ଯ୍ୟନ୍ତ ଆପଣ ତାଙ୍କୁ ହରାଇବା ପାଇଁ କାଉଣ୍ଟର କରି ପାରିବେ ନାହିଁ । ଅଧିକାଂଶ ଲୋକ ମୋଦୀଙ୍କ ଶକ୍ତିକୁ ଚିହ୍ନି ପାରୁ ନାହାନ୍ତି । ଯେ ପର୍ଯ୍ୟନ୍ତ ଆପଣ ଏହା ବୁଝି ପାରୁ ନାହାନ୍ତି ଯେ, କେଉଁ ଜିନିଷ ମୋଦୀଙ୍କୁ ଲୋକପ୍ରିୟତା କରାଯାଉଛି, ସେ ପର୍ଯ୍ୟନ୍ତ ଆପଣ ତାଙ୍କୁ ଜବାବ ଦେଇ ପାରିବେ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।

ପ୍ରଶାନ୍ତ କିଶୋର ଏହି କଥା ଗୋଆରେ ତୃଣମୂଳ କଂଗ୍ରେସର ଏକ ନିର୍ବାଚନ କାର୍ଯ୍ୟକ୍ରମ ସମୟରେ ଏହା କହିଛନ୍ତି । ଗୋଆ ସଂଗ୍ରହାଳୟରେ କିଶୋର କହିଛନ୍ତି, ଏହି ଜାଲରେ ଜମା ଫଶନ୍ତୁ ନାହିଁ ଯେ, ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ଏବଂ ସମୟ ଆସିଲେ ତାଙ୍କୁ କ୍ଷମତାରୁ ବାହାର କରି ଦେବେ । ହୋଇପାରେ ଲୋକେ ମୋଦୀଙ୍କୁ କ୍ଷମତାରୁ ବିତାଡିତ କରି ଦେବେ, ହେଲେ ବିଜେପି କେବେ ବି ଯାଉ ନାହିଁ । ବିରୋଧୀ ଦଳଗୁଡିକୁ ଆଗାମୀ ଏକ ଦଶନ୍ଧି ଧରି ସଂଘର୍ଷ କରିବାକୁ ପଡିବ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

Get real time updates directly on you device, subscribe now.