fbpx

ଷ୍ଟିଲ ବାସନ ବ୍ୟବହାର କରୁଥିଲେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ; ନଚେତ୍ ଦେଖାଦେଇପାରେ ସମସ୍ୟା

ଆଜିକାଲିର ଅବ୍ୟବସ୍ତ ବହୁଳ ଜୀବନଶୈଳୀ ଏବଂ ଆଧୁନିକରଣ ମଣିଷ ସମାଜକୁ ବହୁମାତ୍ରାରେ ପରିବର୍ତ୍ତନ କରିଛି । ଯାହାର ଫଳ ସ୍ୱପୂପ ମଣିଷ ସମାଜ ଆଜି ତାର ପ୍ରାଚୀନ ପରମ୍ପରା ଏବଂ ଜୀବନ ଶୈଳୀକୁ ମମ୍ପୂର୍ଣ୍ଣ ଭାବରେ ଭୁଲିଯାଇଛି ଏବଂ ଆଧୁନିକ ଢାଞ୍ଚାରେ ନିଜ ଜୀବନ ଅତିବାହିତ କରୁଛି । ରହିବା ଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ଏପରି କି ଖାଦ୍ୟପାଇଁ ବ୍ୟବହାର ହେଉଥିବା ବାସନ ସବୁକିଛିରେ ପରିବର୍ତ୍ତନ ହୋଇଛି । ତେବେ ପୂର୍ବକାଳରେ ଲୋକେ ମାଟି ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ବର୍ତ୍ତମାନ କିନ୍ତୁ ଷ୍ଟିଲ ରସ କିମ୍ବା ଆଲୁମିନିୟମ ପ୍ରାତ୍ରରେ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି । ଯାହାକି ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଷ୍ଟିଲ ବାସନ ବ୍ୟବହାର କରିବା ଦ୍ୱାରା କଣ କ୍ଷତି ହୋଇଥାଏ , ଏବଂ ଏହାକୁ ବ୍ୟବହାର କରିବାକରୁ କେଉଁ ଉପାୟ ଅନଲମ୍ବନ କରିବା ଉଚିତ୍ ।

ଷ୍ଟିଲ ବାସନରେ ରୋଷେଇ କରିବା କୁ ପ୍ରଭାବ: ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକମାଷ୍ଟିଲ ଷ୍ଟିଲ ଙ୍କ କହିବା ଅନୁଯାୟୀ ଷ୍ଟିଲ ବାସନରେ ରୋଷେଇ କରିବା ଦ୍ୱାରା କିମ୍ବା ଅଧିକ ଗରମ କରିବା ଦ୍ୱାରା ଏଥିରେ ଥିବା ଟ୍ରାଇଗ୍ଲାଇସରାଇଡ୍ ଭାଙ୍ଗିବା ଆରମ୍ଭ ହୋଇଥାଏ । ଫଳରେ ଏହା ଫ୍ରି ଫ୍ୟାଟି ଏସିଡରେ ପରିଣତ ହୁଏ । ତେବେ ସେଗୁଡ଼ିକ ପାଣିରେ ଦ୍ରବୀଭୂତ ହୁଏ ନାହିଁ । ଏତତ୍ ବ୍ୟତୀତ ଏହାକୁ ସେବନ କରିଲେ ଏହା ସଠିକ୍ ଭାବରେ ହଜମ ମଧ୍ୟ ହୁଏ ନାହିଁ । ଫଳରେଅ ।ମ ସ୍ୱାସ୍ଥୟ ଖରାପ ହେବାର ଅନେକ ମମ୍ଭାବନା ରହିଥାଏ ।

ଷ୍ଟିଲ ବାସରେ ରାନ୍ଧନ୍ତୁ ନାହିଁ ଏହିସବୁ ଜିନିଷ:ଷ୍ଟିଲ ବାସନରେ ଏପରି ଜିନିଷ ରାନ୍ଧନ୍ତୁ ନାହିଁ ଯାହା ଜଳ ଏବଂ ଲୁଣର ମିଶ୍ରଣ ଦ୍ୱାରା ପ୍ରସ୍ତୁତ ହେଉଥିବ । ସାଧାରଣତ ଆମେ ଷ୍ଟିଲ୍ ପ୍ୟାନରେ ନୁଡୁଲ୍ସ, ପାସ୍ତା, ମାକାରୋନି ତିଆରି କରିଥାନ୍ତି । ଏହି କାରଣରୁ, ଲୁଣ ଏବଂ ତେଲ ପାତ୍ରର ମୂଳରେ ଜମା ହୋଇଯାଏ ଏବଂ ଏହା ଖାରଜଳ ସୃଷ୍ଟି କରେ । ଫଳରେ ଏହା ଶରୀରରେ ପ୍ରତିକ୍ରିୟା ତ୍ସଷ୍ଟି କରେ । ତେଣୁ ଏହିପରି ଖାଦ୍ୟ ଷ୍ଟିଲ ବାସନରେ ତିଆରି କରନ୍ତୁ ନାହିଁ ।

Get real time updates directly on you device, subscribe now.