fbpx

ନାରୀମାନେ ଗୋଡ ମୁଦି ପିନ୍ଧିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍: ନଚେତ୍ ଆସିପାରେ ସ୍ୱାମୀଙ୍କ ପ୍ରତି ବିପଦ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ସେଥିମଧ୍ୟରୁ ୧୬ ଶୃଙ୍ଗାରର ମହତ୍ତ୍ୱ ସମ୍ପୂର୍ଣ୍ଣ ଭିନ୍ନ । ଏହି ପରମ୍ପରା ସାଧାରଣତଃ ବିବାହିତ ନାରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ୧୬ ଶୃଙ୍ଗାର ଦ୍ୱାରା ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି ହେବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଏଥିସହିତ ଏହି ୧୬ ଶୃଙ୍ଗାର ବିବାହିତ ନାରୀମାନଙ୍କ ସ୍ୱାମୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଏହି ଶୃଙ୍ଗାରରେ ଗୋଡ ମୁଦିର ମହତ୍ତ୍ୱ ଖୁବ ବେଶୀ ରହିଥାଏ । ମହିଳାମାନେ ଏହି ଗୋଡ ମୁଦିକୁ ଧାରଣ କରିବା ସମୟରେ କିଛି କଥା ବା ନିୟମ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ନଚେତ୍ ସ୍ୱାମୀଙ୍କ ପ୍ରତି ବିପଦ ଆସିପାରେ । ବର୍ତ୍ତମାନ ଆସନ୍ତୁ ଜାଣିବା ଗୋଡମୁଦି ପିନ୍ଧିବା ସମୟରେ ମହିଳାମାନେ କେଉଁ ସବୁ ନିୟମ ମାନିବା ଉଚିତ୍ ।

ଗୋଡରେ ସୁନା ମୁଦି ପିନ୍ଧନ୍ତୁ ନାହିଁ : କିଛି ମହିଳା ଗୋଡରେ ସୁନା ମୁଦି ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମହିଳାମାନେ ଗୋଡରେ ସୁନା ମୁଦି ପିନ୍ଧିବା ଉଚିତ୍ ନୁହେଁ । କାରଣ ସୁନା ହେଉଛି ଭଗବାନ ବିଷ୍ଣୁଙ୍କ ପ୍ରିୟ ଧାତୁ, ଯାହାକୁ ମା ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ତେଣୁ ସଧବା ମହିଳାମାନେ ଗୋଡରେ ସୁନା ମୁଦି ପିନ୍ଧିବା ଉଚିତ୍ ନୁହେଁ । ନଚେତ୍ ଏହା ଆପଣଙ୍କ ସ୍ୱାମୀଙ୍କ ସମୃଦ୍ଧି ଉପରେ ପ୍ରଭାବ ପକାଇପାରେ ।

ଗୋଡମୁଦି ଅନ୍ୟକୁ ଦିଅନ୍ତୁ ନାହିଁ: ଅଧିକାଂଶ ମହିଳା ନିଜ ପାଦରେ ପିନ୍ଧିଥିବା ଗୋଡମୁଦିକୁ କାଢି ଅନ୍ୟକୁ ଦେଇଥାନ୍ତି । କିନ୍ତୁ ଏପରି କରନ୍ତୁ ନାହିଁ କାରଣ ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ଜୀବନରେ ଦୁର୍ଭାଗ୍ୟ ଆସିଥାଏ ।

ଘୁଙ୍ଗୁର ଶବ୍ଦ ଥିବା ଗୋଡମୁଦି ପିନ୍ଧନ୍ତୁ ନାହିଁ : ମହିଳାଙ୍କୁ ଘୁଙ୍ଗୁର ଶବ୍ଦ ଥିବା ଗୋଡମୁଦି ପିନ୍ଧିବାକୁ ବହୁତ ଭଲ ଲାଗିଥାଏ । କିନ୍ତୁ ମହିଳାମାନେ କଦାପି ଘୁଙ୍ଗୁର ଶବ୍ଦ ହେଉଥିବା ଗୋଡମୁଦି ପିନ୍ଧନ୍ତି ନାହିଁ । ନଚେତ୍ ଆପଣଙ୍କ ସ୍ୱାମୀଙ୍କ ଉନ୍ନତିରେ ଏହା ବାଧା ସୃଷ୍ଟି କରିଥାଏ ।

ଭାଙ୍ଗି ଯାଇଥିବା ଗୋଡମୁଦି ପିନ୍ଧନ୍ତୁ ନାହିଁ : ମହିଳାମାନେ ସର୍ବଦା କାମରେ ବ୍ୟସ୍ତ ରହିଥାନ୍ତି । ଯେଉଁ କାରଣରୁ ସେମାନେ ନିଜ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ । ବେଳେବେଳେ କିଛି ମହିଳା ପିନ୍ଧିଥିବା ଗୋଡମୁଦି ଭାଙ୍ଗି ଯାଇଥାଏ । ତେବେ ଯଦି ଗୋଡମୁଦି ଭାଙ୍ଗି ଯାଇଛି ସେ ମୁଦି ପିନ୍ଧନ୍ତୁ ନାହିଁ । କାରଣ ଭଙ୍ଗା ଗୋଡମୁଦି ପିନ୍ଧିବା ଦ୍ୱାରା ଏହା ଆପଣଙ୍କ ସ୍ୱାମୀଙ୍କ କ୍ୟାରିୟର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଉପଯୁକ୍ତ ଆଙ୍ଗୁଠିରେ ଗୋଡ ମୁଦି ପିନ୍ଧନ୍ତୁ: ଗୋଡମୁଦି ପିନ୍ଧିବାର ଉପଯୁକ୍ତ ଆଙ୍ଗୁଠି ହେଉଛି ବୁଢା ଆଙ୍ଗୁଠି ନିକଟରେ ଥିବା ଆଙ୍ଗୁଠି । ଏହି ଆଙ୍ଗୁଠିକୁ ଖାଲି ରଖିବା ଦ୍ୱାରା ଅର୍ଥହାନି ହୋଇଥାଏ ।

Get real time updates directly on you device, subscribe now.