fbpx

ଆଜି ଲାଗିବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ; ଭୁଲରେ ବି କରନ୍ତୁ ନାହିଁ ଏହି କାମ, ମିଳିବ ଅଶୁଭ ପରିଣାମ

ନୂଆଦିଲ୍ଲୀ: ୨୦୨୧ର ଶେଷ ଚନ୍ଦ୍ରଗ୍ରହଣ ଆଜି ଲାଗିବାକୁ ଯାଉଛି । ଏହାକୁ ୫୮୦ ବର୍ଷ ପରେ ସବୁଠାରୁ ବଡ଼ ଆଂଶିକ ଚନ୍ଦ୍ର୍ରଗ୍ରହଣ ବୋଲି କୁହାଯାଉଛି । ଏହି ଚନ୍ଦ୍ରଗ୍ରହଣ ଅରୁଣାଚଳ ପ୍ରଦେଶ, ଆସାମ, ପଶ୍ଚିମବଙ୍ଗର କେତେକ ସ୍ଥାନ ବ୍ୟତୀତ ସିକ୍କିମ୍, ଓଡିଶା, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ପରି ସ୍ଥାନରେ ଦେଖିବାକୁ ମିଳିପାରେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁଠାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ, ଏହାର ପ୍ରଭାବ କେବଳ ସେଠାରେ ରହିବ । ତେଣୁ ସମସ୍ତଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ଜ୍ୟୋତିଷାଚାର୍ଯ୍ୟ ପ୍ରବୀଣ ମିଶ୍ର କହିଛନ୍ତି ଯେ, ଯେଉଁ ଅଞ୍ଚଳରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ସେହି ଅଞ୍ଚଳରେ ଆଜି ସକାଳ ୩.୪୯ ରୁ ସୂତକ କାଳ ଆରମ୍ଭ ହୋଇଛି । ତେଣୁ ଚନ୍ଦ୍ରଗ୍ରହଣ ସମୟରେ ସେଠାରେ ଥିବା ଲୋକଙ୍କ ପାଇଁ କିଛି ବିଶେଷ ନିୟମ ରହିଛି । ଏହି ନିୟମ ବୃଦ୍ଧ, ଶିଶୁ ଓ ରୋଗୀମାନଙ୍କ ପାଇଁ ନୁହେଁ । ସେମାନେ ଯେକୌଣସି ସମୟରେ ଶୋଇପାରିବେ ଓ ଖାଇପାରିବେ । ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବା ଉଚିତ୍ ଓ କ’ଣ କରିବା ଉଚିତ୍ ନୁହେଁ…

ଏହି କାମ କରନ୍ତୁ ନାହିଁ

୧. ଚନ୍ଦ୍ରଗ୍ରହଣ ସମୟରେ ତେଲ ଲଗାଇବା ଉଚିତ୍ ନୁହେଁ ।
୨. ଏହି ସମୟରେ ଖାଇବା ମଧ୍ୟ ନିଷେଧ ।
୩. ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ଉଚିତ୍ ନୁହେଁ ।
୪. ଏହି ସମୟରେ ପତ୍ର ଓ ଫୁଲ ତୋଳନ୍ତୁ ନାହିଁ ।
୫. ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ ।
୬. ଏହି ସମୟ ମଧ୍ୟରେ କୌଣସି ପ୍ରତିମାକୁ ସ୍ପର୍ଶ କରନ୍ତୁ ନାହିଁ ।

ଚନ୍ଦ୍ରଗ୍ରହଣ ସମୟରେ ଏହି କାର୍ଯ୍ୟ କରନ୍ତୁ

୧. ଚନ୍ଦ୍ରଗ୍ରହଣ ସମୟରେ ହୋମ କରନ୍ତୁ ଓ ଭଗବାନଙ୍କୁ ଧ୍ୟାନ କରନ୍ତୁ ।
୨. ଚନ୍ଦ୍ରଗ୍ରହଣ ସମୟରେ ଗୁରୁ ମନ୍ତ୍ର ଜପ କରନ୍ତୁ କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।
୩. ଚନ୍ଦ୍ରଗ୍ରହଣ ସମୟରେ ଗାଈଙ୍କୁ ଘାସ ଓ ପକ୍ଷୀମାନଙ୍କୁ ଅନ୍ନ ଦିଅନ୍ତୁ ।
୪. ଏହି ସମୟ ମଧ୍ୟରେ ଗରିବ ଲୋକଙ୍କୁ ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ଚନ୍ଦ୍ରଗ୍ରହଣ ସମୟ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ଶୁକ୍ଲ ପୂର୍ଣ୍ଣିମା ବର୍ଷର ଶେଷ ଏବଂ ଦୀର୍ଘତମ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯, ୨୦୨୧ ଶୁକ୍ରବାର ଅର୍ଥାତ୍ ଆଜି ଦିନ ୧୨:୪୮ ରେ ଆରମ୍ଭ ହୋଇ ଅପରାହ୍ନ ୪:୧୭ ରେ ଶେଷ ହେବ । ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୩ ଘଣ୍ଟା ୨୮ ମିନିଟ୍ ୨୪ ସେକେଣ୍ଡ ହେବ, ଯାହା ଗତ ୫୦୦ ବର୍ଷ ମଧ୍ୟରେ ଦୀର୍ଘତମ ଆଂଶିକ ଚନ୍ଦ୍ରଗ୍ରହଣ ହେବ ।

Get real time updates directly on you device, subscribe now.