fbpx

ଭୁଲରେ କାହାକୁ ଦାନ କରନ୍ତୁ ନାହିଁ ଏହି ୫ ଟି ଜିନିଷ: ନଚେତ୍ ଆପଣ ହୋଇପାରନ୍ତି ଗରିବ

ସନାତନ ଧର୍ମରେ କୌଣସି ଗରିବ କିମ୍ବା ଆବଶ୍ୟକ ଥିବା ଲୋକଙ୍କୁ କିଛି ଦାନ କରିବା ବହୁତ ଶୁଭ ହୋଇଥାଏ । କୁହାଯାଏ ଯେ ଦାନ ଧର୍ମ କରିବା ଦ୍ୱାରା ଆମର ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ପୁଣ୍ୟ ମିଳିଥାଏ । କିନ୍ତୁ ଧର୍ମ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏପରି କିଛି ଜିନିଷ ରହିଛି ଯାହାକୁ କେବେ କାହାକୁ ଦାନ କରିବା ଉଚିତ୍ ନୁହେଁ । ଏହି ଜିନିଷ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ । ଯାହାଫଳରେ ପରିବାରରେ ଅଶାନ୍ତି ଲାଗି ରହିବା ସହ, ଆର୍ଥିକ ସଂକଟ ମଧ୍ୟ ଦେଖା ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ଯାହାକୁ ଦାନ କରିବା ଉଚିତ୍ ନୁହେଁ ।

ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ:

ବାସି ଖାଦ୍ୟ: କୌଣସି ଭୋକିଲା ବ୍ୟକ୍ତି କିମ୍ବା ଆବଶ୍ୟକଥିବା ବ୍ୟକ୍ତିଙ୍କୁ ଭୋଜନ ଦେବା ଅତ୍ୟନ୍ତ ପୁଣ୍ୟର କାମ ହୋଇଥାଏ । କୁହାଯାଏ ଯେ କୌଣସି ଭୋକିଲା ଲୋକକୁ ଖାଦ୍ୟ ଦେବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତି । କିନ୍ତୁ କାହାକୁ ଭୋଜନ ଦେବା ସମୟରେ ଏହା ଧ୍ୟାନ ରଖିବା ଆବଶ୍ୟକ ଯେ କୌଣସି ଭୋକିଲା ବ୍ୟକ୍ତିଙ୍କୁ କେବେ ବି ବାସି ଖାଦ୍ୟ ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ । ଯାହାଫଳରେ ସେହି ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଛିଡା ବହି ଏବଂ ଲୁଗା: ଧର୍ମଶାସ୍ତ୍ର ଅନୁଯାୟୀ ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଲୁଗା କିମ୍ବା ବହି ଦାନ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସର୍ବଦା ଭଲ ଲୁଗା ,ବହି କିମ୍ବା ଗ୍ରନ୍ଥ ଦାନ କରନ୍ତୁ । କାହାକୁ ଭୁଲରେ ବି ଫଟା ବହି କିମ୍ବା ଛିଡା ଲୁଗା ଦାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା ସରସ୍ୱତୀ ରାଗି ଯାଇଥାନ୍ତି । ଯାହାଫଳରେ ଏହାର ପ୍ରଭାବ ପିଲାମାନଙ୍କ ପାଠପଢାରୁ ହିଁ ଆରମ୍ଭ ହୋଇଥାଏ ।

ଝାଡୁ: ଝାଡୁ ବା ଛାଞ୍ଚୁଣିକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଇଥାଏ । ଏଥିପାଇଁ ଭୁଲରେ ବି କାହାକୁ ଝାଡୁ ଦାନ କରନ୍ତୁ ନାହିଁ । କୁହାଯାଏ ଯେ ଯେଉଁ ବ୍ୟକ୍ତିମାନେ ଘରର ଝାଡୁ ଅନ୍ୟକୁ ଦାନ କରନ୍ତି ସେମାନଙ୍କ ଘରେ ଦରିଦ୍ରତା ଦେଖାଦେଇଥାଏ । ଏଥିସହିତ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ତେଲ: ଘରେ ବ୍ୟବହାର କରୁଥିବା ତେଲ କିମ୍ବା ଖରାପ ହୋଇଯାଇଥିବା ତେଲ କାହାକୁ ଦାନ କରିବା ଉଚିତ୍ ନୁହେଁ ଏହାକୁ ଅଶୁଭ ବୋଲି କୁହାଯାଇଥାଏ । ଏପରି କରିବା ଦ୍ୱାରା ଶନିଦେବଙ୍କ କୋପ ଦୃଷ୍ଟି ପଡିଥାଏ । ଯାହାଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

Get real time updates directly on you device, subscribe now.