fbpx

ହାତ ଏବଂ ଆଙ୍ଗୁଳିରେ ଯନ୍ତ୍ରଣାକୁ ଅଣଦେଖା କରନ୍ତୁ ନାହିଁ, ହୋଇପାରେ କାର୍ପଲ ଟନଲ ସିଣ୍ଡ୍ରୋମର ଲକ୍ଷଣ, ଜାଣନ୍ତୁ ଏହାର କାରଣ

ଓଡ଼ିଶା ଭାସ୍କର: ଆପଣ ଆଙ୍ଗୁଳି, ପାପୁଲି ଏବଂ ହାତରେ ବେଳେ ବେଳେ ଯନ୍ତ୍ରଣା ବା ନିବୋର୍ଧତା(numbness)ଅନୁଭବ କରୁଛନ୍ତି କି ? ବିଶେଷ କରି ଆପଣ ଅଧିକ ସମୟ ପର୍ଯ୍ୟନ୍ତ କମ୍ପ୍ୟୁଟର କିମ୍ବା ଲାପଟପରେ ଟାଇପ୍ କରୁଥିଲେ ଏହି ସମସ୍ୟା ଦେଖାଦେଇପାରେ । ଏହି ସମସ୍ୟାକୁ କାର୍ପଲ ଟନଲ ସିଣ୍ଡ୍ରୋମ(Carpal Tunnel Syndrome) କୁହାଯାଏ । ଏହି ସଣ୍ଡ୍ରୋମ, ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ୩ ଗୁଣା ଅଧିକ ହୋଇଥାଏ । ସାଧାରଣତଃ ଏହି ସମସ୍ୟା ୩୦ ବର୍ଷ ପରେ କିମ୍ବା ଗର୍ଭାବସ୍ଥା ବା ସନ୍ତାନ ଜନ୍ମ ହେବା ପରେ ଆରମ୍ଭ ହୋଇଥାଏ । ଠିକ୍ ସମୟରେ ଏହି ସମସ୍ୟାର ସମାଧାନ ନ କଲେ ଏହା ଅଧିକ ବଢ଼ିଥାଏ । ବୁଢ଼ା ଆଙ୍ଗୁଠି, ମଧ୍ୟମା ଆଙ୍ଗୁଠି ଏବଂ ଅନାମିକା ଆଙ୍ଗୁଠି ଅଧିକ ଯନ୍ତ୍ରଣା ହୋଇଥାଏ । ବେଳେ ବେଳେ ଏହି ଯନ୍ତ୍ରଣା ମଣିବନ୍ଧ, କହୁଣୀ ଏବଂ ହାତ ପର୍ଯ୍ୟନ୍ତ ବ୍ୟାପିଯାଏ । ଶିରା ସଙ୍କୁଚିତ ହେବାକୁ ଲାଗିଲେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

Carpal Tunnel କ’ଣ ?

ଏହା ମଣିବନ୍ଧରେ ଥିବା ଏକ ସଂକୀର୍ଣ୍ଣ ଟ୍ୟୁବ୍ ଯାହା ହାଡ଼ ଏବଂ ଅନ୍ୟ ଟିସ୍ୟୁରେ ନିର୍ମିିତ । ଏହି ଟ୍ୟୁବ୍ ମଧ୍ୟମ ସ୍ନାୟୁକୁ ସୁରକ୍ଷା ପ୍ରଦାନ କରିଥାଏ । ଏହା ଆମ ଶରୀରର ବୁଢ଼ା ଆଙ୍ଗୁଠି, ମଧ୍ୟମା ଆଙ୍ଗୁଠି ଏବଂ ଅନାମିକା ଆଙ୍ଗୁଠି ସହ ଜଡ଼ିତ ।
କାର୍ପଲ ଟନଲ ସିଣ୍ଡ୍ରୋମର କାରଣ

– କିବୋର୍ଡ଼, ମାଉସ୍ ବା ମୋବାଇଲର ଅତ୍ୟାଧିକ ପ୍ରୟୋଗ କରିବା
– ଅଧିକ ଡେରି ପର୍ଯ୍ୟନ୍ତ ଟାଇପ୍ କରିବା
– ବଂଶଗତ
– ଡାଇବେଟିସ୍‌, ଥାଇରଏଡ୍‌, ଉଚ୍ଚ ରକ୍ତଚାପ
– ମଣିବନ୍ଧରେ ଆଘାତ କିମ୍ବା କୌଣସି ପ୍ରକାର ଫ୍ରାକଚର
– ମେଦବହୁଳତା
– ଅତ୍ୟାଧିକ ମଦ୍ୟପାନ

କାର୍ପଲ ଟନଲ ସିଣ୍ଡ୍ରୋମର ଲକ୍ଷଣ

– ଆଙ୍ଗୁଳି, କାନ୍ଧ ଏବଂ କହୁଣୀରେ ଯନ୍ତ୍ରଣା ଅନୁଭବ ହେବା ବା ନିର୍ବୋଧତା

– କୌଣସି ଭାରି ଜିନିଷ ଉଠାଇବାରେ ଅସୁବିଧା ଅନୁଭବ ହେବା

– ହାତର ମାଂସପେଶୀରେ ଦୁର୍ବଳତା ଅନୁଭବ ହେବା

– ଶୋଇବା ସମୟରେ ଅସୁବିଧା ଅନୁଭବ କରିବା

ଏହାକୁ କିପରି ରୋକାଯାଇ ପାରିବ ?

– ଶରୀରର ସମସ୍ତ ମାଂସପେଶୀକୁ ସକ୍ରିୟ ରଖିବା ପାଇଁ ଚେଷ୍ଟା କରନ୍ତୁ । ଡେସ୍କ ଜବ କରୁଥିଲେ କାର୍ଯ୍ୟ ମଝିରେ ଛୋଟ ଛୋଟ ବ୍ରେକ୍ ନିଅନ୍ତୁ

– ହାତ ଏବଂ ମଣିବନ୍ଧର ଧିରେ ଧିରେ ବ୍ୟାୟାମ କରନ୍ତୁ

– ପର୍ଯ୍ୟାପ୍ତ ମାତ୍ରାରେ ନିଦ୍ରା ଆବଶ୍ୟକ

Get real time updates directly on you device, subscribe now.