fbpx

ମିଛ ସାଙ୍ଗର ଏହି ସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ, ସମୟ ଥାଉ ଥାଉ ଦୂରେଇ ଯାଆନ୍ତୁ

ଓଡ଼ିଶା ଭାସ୍କର: ଜୀବନରେ ବନ୍ଧୁତା ଏକ ନିଆରା ସମ୍ପର୍କ । ଅଧିକାଂଶ ଲୋକଙ୍କ ଜୀବନରେ ସେମାନଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଇତ୍ୟାଦି କାରଣରୁ ସେମାନଙ୍କ ଫ୍ରେଣ୍ଡ୍ ସର୍କଲ ବହୁତ ବଡ଼ ଥାଏ । ଜଣେ ଉତ୍ତମ ବନ୍ଧୁ ଜୀବନରେ ଉତ୍ତମ ମାର୍ଗଦର୍ଶନ ଦେଖାଇଥାଏ । ସେମାନଙ୍କ ଗହଣରେ ସକାରାତ୍ମକତା ଅନୁଭବ ହେବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ । ଆପଣଙ୍କ ସୁଖ ଦୁଃଖରେ ସେମାନେ ସବୁବେଳେ ପାଖେ ପାଖେ ରହିଥାନ୍ତି । ଅପରପକ୍ଷରେ ଏମିତି ବି କିଛି ସାଙ୍ଗ ଅଛନ୍ତି ଯେଉଁମାନେ ସଚ୍ଚୋଟପଣର ମୁଖା ପିନ୍ଧି ଅନ୍ୟର ବିଶ୍ୱାସକୁ ଆଘାତ ଦେଇଥାନ୍ତି । ଏଭଳି ସାଙ୍ଗ କେବଳ ଆପଣଙ୍କ ଭଲ ସମୟରେ ପାଖରେ ରହିଥାନ୍ତି ଏବଂ ଖରାପ ସମୟରେ ଦୂରେଇ ଥାନ୍ତି । ଏମାନେ ଆପଣଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ବିପଦ ସାଜିପାରନ୍ତି । ସମୟ ପୁର୍ବରୁ ଏଭଳି ସାଙ୍ଗ ଠାରୁ ଦୂରେଇ ରହିବାରେ ହିଁ ବୁଦ୍ଧିମତାର କାମ । ତେବେ ଆସନ୍ତୁ ଜାଣିବା ମିଛ ସାଙ୍ଗମାନଙ୍କୁ କିପରି ଚିହ୍ନିବା ?

୧. ଏମିତି ଅନେକ ସାଙ୍ଗ ଥିବେ ଯେଉଁମାନଙ୍କ ପାଇଁ ଆପଣ ସବୁବେଳେ ଉପସ୍ଥିତ ଥାନ୍ତି । କିନ୍ତୁ ସେମାନେ ଆପଣଙ୍କ ସହ ମିଛ ବନ୍ଧୁତା ସ୍ଥାପନା କରିଥାନ୍ତି । ଆବଶ୍ୟକ ସ୍ଥଳେ ସହଯୋଗ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି । ଏମାନଙ୍କ ପାଇଁ ସବୁବେଳେ କୌଣସି ନା କୌଣସି ସବୁବେଳେ ଉପସ୍ଥିତ ଥାନ୍ତି ।

୨. Dual nature ଥିବା ସାଙ୍ଗ ଆପଣଙ୍କ ଖୁସି ସହି ପାରିନଥାଏ । ସବୁବେଳେ ଇର୍ଷ୍ୟା ଭାବନାରେ ଜଳୁଥାଏ । ସେ ସବୁବେଳେ ଆପଣଙ୍କ ପିଠି ପଛରେ ନିନ୍ଦା କରିବା ସହ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥାଏ । ଏଭଳି ସାଙ୍ଗଙ୍କ ଗହଣରେ ଚିନ୍ତାଗ୍ରସ୍ତ ରହିବା ଅପେକ୍ଷା ସେମାନଙ୍କ ଠାରୁ ଦୂରତା ବଜାୟ ରଖନ୍ତୁ ।

୩. ଅଧିକାଂଶ ବ୍ୟକ୍ତି ନିଜ ସାଙ୍ଗ ସମ୍ମୁଖରେ ସୁଖ ଦୁଃଖ ବ୍ୟକ୍ତ କରିବା ପାଇଁ କୁଣ୍ଠାବୋଧ କରିଥାନ୍ତି । ସେମାନଙ୍କୁ ଭୟ ଥାଏ କି ଏହା ଦ୍ୱାରା ସେମାନଙ୍କୁ judge କରାଯାଇପାରେ । ଆପଣ ସାଙ୍ଗ ସମ୍ମୁଖରେ ନିଜକୁ ଅସହଜ ଅନୁଭବ କରିଥାନ୍ତି । ଏହା ଭଲ ଲକ୍ଷଣ ନୁହେଁ । ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଆପଣଙ୍କୁ ମାନସିକ ଭାବରେ ଦୁର୍ବଳ କରିଥାଏ ।

୪. ଆପଣଙ୍କର ବ୍ୟକ୍ତିଗତ ଏବଂ ସୋସିଆଲ ମିଡିଆରେ ଅନେକ ସାଙ୍ଗ ଥାଇପାରନ୍ତି । କିନ୍ତୁ ଏମିତି କିଛି ବନ୍ଧୁ ଥାନ୍ତି ଯାହାଙ୍କ ଗହଣରେ ଆପଣ ଖୁସି ଅନୁଭବ କରିଥାନ୍ତି ଓ ମନ ଶାନ୍ତ ରହିଥାଏ । ଏମିତି ବନ୍ଧୁଙ୍କ ଗହଣରେ କେବେ ବି ରହିବାକୁ ଚେଷ୍ଟା କରନ୍ତୁ ନାହିଁ ଯେଉଁମାନଙ୍କ ଗହଣରେ ଆପଣ ଏକାକୀ ଓ ନିରାଶ ଅନୁଭବ କରିଥାନ୍ତି । ସେମାନଙ୍କ ସହ ରହିବା ଓ ନ ରହିବା ଏକା ପରି । ଏଭଳି ସମ୍ପର୍କକୁ ଅଯଥା ନିଭାନ୍ତୁ ନାହିଁ ।

Get real time updates directly on you device, subscribe now.