ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଜିନିଷ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି । ଘର ହେଉ କିମ୍ବା କାର୍ଯ୍ୟାଳୟ । ବାସ୍ତୁ ଅନୁଯାୟୀ ଉଚିତ ଦିଗରେ ରଖାଯାଇଥିବା ଜିନିଷର ମହତ୍ୱ ବୃଦ୍ଧି ପାଇଥାଏ । ଫଳରେ ସକାରାତ୍ମକ ଉର୍ଜ୍ଜାର ସଂଚାର ହୋଇଥାଏ । ନିୟମର ଅବହେଳା କଲେ ବାସ୍ତୁ ଦୋଷ ଦେଖାଦେଇଥାଏ । ଏହା ଘର ତଥା ବ୍ୟକ୍ତିର ଜୀବନରେ କୁପ୍ରଭାବ ପକାଇଥାଏ ।
ଘରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ରୋଷେଇ ଘର । ରୋଷେଇ ଘରେ ବାସ୍ତୁ ଦୋଷ ଅନେକ ସମସ୍ୟାର କାରଣ ପାଲଟିଥାଏ । ଦରିଦ୍ରତା, ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ, ମନମାଳିନ୍ୟ, ସ୍ୱାସ୍ଥ୍ୟ ସମସ୍ୟା ଆଦି ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ରୋଷେଇ ଘରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ।
୧. ଭଙ୍ଗା ଜିନିଷ: ରୋଷେଇ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ରୋଷେଇ ଘରେ କେବେ ବି ଭଙ୍ଗା ବାସନ କିମ୍ବା ଅନ୍ୟାନ୍ୟ ଜିନିଷ ରଖନ୍ତୁ ନାହିଁ କି ବ୍ୟବହାର କରନ୍ତୁ ନାହିଁ । ଏହା ନକାରାତ୍ମକତା ଉର୍ଜ୍ଜା ସୃଷ୍ଟି କରିଥାଏ । ଏହା ଦ୍ୱାରା ଦୁର୍ଭାଗ୍ୟ ବ୍ୟକ୍ତିର ପିଛା ଛାଡ଼ିନଥାଏ ।
୨. ଝାଡ଼ୁ: ରୋଷେଇ ଘରେ କେବେ ଝାଡ଼ୁ ରଖନ୍ତୁ ନାହିଁ । ଯଦି ରଖୁଛନ୍ତି ତେବେ ଏଥିପାଇଁ ନିଦ୍ଦିଷ୍ଟ ଦିଗ ସୁନିଶ୍ଚିତ କରନ୍ତୁ । ଭୁଲ ସ୍ଥାନରେ ଝାଡ଼ୁ ରଖିବା ଦ୍ୱାରା ବ୍ୟକ୍ତିଙ୍କ କାର୍ଯ୍ୟ ବିଗିଡ଼ିପାରେ । ବ୍ୟକ୍ତିକୁ ଦରିଦ୍ରତାର ସାମ୍ନା କରିବାକୁ ପଡ଼ିପାରେ ।
୩. ପ୍ଲାଷ୍ଟିକ ଜିନିଷ: ରୋଷେଇ ଘରେ ପ୍ଲାଷ୍ଟିକ ଡବା କିମ୍ବା ପାତ୍ର ରଖନ୍ତୁ ନାହିଁ । ଏହା ନକାରାତ୍ମକତାର ସ୍ରୋତ ଅଟେ । ସବୁବେଳେ ଷ୍ଟେନଲେସ୍ ଷ୍ଟିଲ, କାଠ କିମ୍ବା ଅନ୍ୟାନ୍ୟ ବସ୍ତୁରେ ନିର୍ମିତ ପାତ୍ର ବ୍ୟବହାର କରନ୍ତୁ । ଏଭଳି ଜିନିଷ ନକାରାତ୍ମକ ଉର୍ଜ୍ଜାକୁ ହ୍ରାସ କରିଥାଏ । ପ୍ଲାଷ୍ଟିକ ଉଭୟ ପର୍ଯ୍ୟାବରଣ ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।
୪. ଦର୍ପଣ: ରୋଷେଇ ଘରେ ଦର୍ପଣ ରଖିଲେ ସେହି ବାସ୍ତୁ ଦୋଷ ଦେଖାଯାଇଥାଏ । ଅନେକ ସମୟରେ ଦର୍ପଣ ଅସନା ହେଲେ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ଏବଂ ଘରର ସୁଖ ଶାନ୍ତି ଉପରେ ଏହାର ପ୍ରଭାବ ପଡ଼ିଥାଏ । ଅତିଆବଶ୍ୟକ ହେଲେ କୌଣସି ବାସ୍ତୁବିଦଙ୍କ ପରାମର୍ଶ ଅନୁଯାୟୀ ଦର୍ପଣ ଲଗାଇପାରିବେ । ଏହା ବ୍ୟତୀତ ଘରେ କେବେ ବି ଭଙ୍ଗା ଦର୍ପଣ ରଖନ୍ତୁ ନାହିଁ କି ଦେଖନ୍ତୁ ନାହିଁ ।
୫. ଔଷଧ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କେବେ ଔଷଧ ରଖନ୍ତୁ ନାହିଁ । ଏହା ନକାରାତ୍ମକ ଉର୍ଜ୍ଜାକୁ ଆକର୍ଷିତ କରିଥାଏ । ଏହା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।